୧୦ ବର୍ଷ ଆରକ୍ଷଣ କଥା କହିଥିଲେ ଆମ୍ବେଦକର : ସୁମିତ୍ରା ମହାଜନ

0
454
reservations was for 10 years
reservations was for 10 years
ରାଂଚି  :  ଡକ୍ଟର ଭୀମ ରାଓ ଆମ୍ବେଦକର ଗରୀବ ଏବଂ ପଛୁଆ ବର୍ଗର ଲୋକମାନଙ୍କୁ କେବଳ ୧୦ ବର୍ଷ ଆରକ୍ଷଣ ଦେବା ପାଇଁ କହିଥିଲେ । ଯାହାଫଳରେ ସେମାନେ ସମାଜରେ ଲୋକମାନଙ୍କ ସହ ସମାନ ହୋଇ ପାରିବେ,  ଏହା କହିଛନ୍ତି  ସୁମିତ୍ରା ମହାଜନ।
 ଲୋକମନ୍ଥନ ୨୦୧୮ ସାମପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକସଭା ସାଂସଦ ସୁମିତ୍ରା ମହାଜନ  କହିଛନ୍ତି ଯେ, କଣ କେବଳ ଆରକ୍ଷଣ ଦେବା ଦ୍ୱାରା ଆମ ଦେଶର ପ୍ରଗତି ହେବ । ସେ ଆରକ୍ଷଣର ବିରୋଦ୍ଧୀ ନୁହଁନ୍ତି କିନ୍ତୁ ଏହା ବିଚାର କରିବା ଜରୁରୀ ଯେ, ଡକ୍ଟର ଭୀମ ରାଓ ଆମ୍ବେଦକର ଗରୀବ ଏବଂ ପଛୁଆ ବର୍ଗର ଲୋକମାନଙ୍କୁ କେବଳ ୧୦ ବର୍ଷ ଆରକ୍ଷଣ ଦେବା ପାଇଁ କହିଥିଲେ । ଯାହାଫଳରେ ସେମାନେ ସମାଜରେ ଲୋକମାନଙ୍କ ସହ ସମାନ ହୋଇ ପାରିବେ ।

ସେ କହିଛନ୍ତି ଯେ, ଭାରତୀୟମାନଙ୍କୁ ଦେଶ ବିଷୟରେ ଚିନ୍ତା କରିବା ଆବଶ୍ୟକ ଯେ କିଭଳି ଭାବରେ ଦେଶର ସଭ୍ୟତା ଏବଂ ସଂସ୍କୃତି ଆଗକୁ ବଢିବ । ଦୁନିଆ ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଉଛି । କିନ୍ତୁ କଣ ଆମେ ଏହାକୁ ଆତ୍ମନିରୀକ୍ଷଣ କରୁଛେ । ଲୋକସଭା ଅଧ୍ୟକ୍ଷ ଏହି ସମାରୋହରେ ଭାରତ ନିର୍ମାଣର ତିନି ଦିନି ପର୍ଯ୍ୟନ୍ତ ଚାଲିଥିବା ବିଚାର ମନ୍ଥନକୁ ପ୍ରଶଂସା କରିଛନ୍ତି ।

ପ୍ରଦର୍ଶନକାରୀମାନେ ସରକାରୀ ସମ୍ପତିକୁ କ୍ଷତି କରୁଥିବା ଘଟଣାରେ ସେ ବିରକ୍ତି ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଯେ, ଏମିତି କରି କରଦାତାଙ୍କର ଟଙ୍କାକୁ ସେମାନେ ବର୍ବାଦ କରୁଛନ୍ତି । ସମସ୍ତଙ୍କ ମନରେ ରାଷ୍ଟ୍ର ଭାବନା ରହିବା ଦରକାର ।

ସୁମିତ୍ରା କହିଛନ୍ତି ଯେ, ଜନତାଙ୍କୁ ଜନ ଗଣ ମନ ଏବଂ ସାହିତ୍ୟ ଓ ଇତିହାସ ବିଷୟରେ ଚିନ୍ତା କରିବା ଆବଶ୍ୟକ । ସେ ମହିଳାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମହିଳାଙ୍କର ସମ୍ମାନରେ ବଡ ମହତ୍ୱ ରହିଛି । ସେମାନେ ସମାଜର ମହତ୍ୱପୂର୍ଣ୍ଣ ଅଂଶ । ସେମାନେ ସମାଜ ବିନା ଆଗକୁ ବଢି ପାରିବେ ନାହିଁ ।