କଠିନ ପରିଶ୍ରମ କରିବାକୁ ବିଜେପି କର୍ମୀଙ୍କୁ ଅମିତ ଶାହଙ୍କ ଆହ୍ୱାନ

0
429
amit shah
amit shah
ଭୁବନେଶ୍ୱର : ରାଜ୍ୟରେ ଦଳକୁ ଆହୁରି ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଶାହା ମିଶନ ୧୨୦ ପ୍ଲସ ନେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର  ସହ ଟାସ୍କ ମଧ୍ୟ ଦେଇଛନ୍ତି।
ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଋଣନୀତି ସମ୍ବନ୍ଧୀୟ ମନ୍ତ୍ର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ କାନରେ ଫୁଙ୍କିବା ପରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ମିଶନ ୧୨୦ ପ୍ଲସ ନେଇ ପାଠଶାଳାରେ ଶାହା କର୍ମକର୍ତ୍ତାଙ୍କୁ ପଢାଇବା ସହ ଟାସ୍କ ମଧ୍ୟ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, କଣ କଲେ ଓଡ଼ିଶାରେ ଦଳ ସରକାର ଗଢିବ ସେ ନେଇ ବିସ୍ତୁତ ରଣନୀତିର ମନ୍ତ୍ର ଶାହା ବୈଠକରେ ବର୍ଣ୍ଣନା କରିଛନ୍ତି।
  ରବିବାର ଅପରାହ୍ନ ୩ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଶ୍ରୀ ଶାହା ଦଳୀୟ କର୍ମକର୍ତ୍ତାଙ୍କ ସହ ପହଞ୍ଚି କଟକ, ଭୁବନେଶ୍ୱର ଓ ପୁରୀ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ଶାହା ଏହି ବୈଠକରେ କର୍ମକର୍ତ୍ତାଙ୍କୁ ଦୃଢ ମନୋବଳ କରିବାକୁ ଯାଇ କହିଥିଲେ, ଦଳର ସଂଗଠନିକ ସ୍ଥିତି ଏପରି ସୁଦୃଢ ହେଉ, ଯେପରି ପାତାଳ ଯାଏଁ ଯାଇପାରିବ। ସରକାର ଏମିତି ଗଢାଯାଏ ନାହିଁ, ଲୋକଙ୍କ ଝାଳ ଓ କର୍ମକର୍ତ୍ତାଙ୍କ ପରିଶ୍ରମରେ ସରକାର ଗଢାଯାଏ। ରାଜ୍ୟରେ ୨୧ ହଜାର ବୁଥ କମିଟି ହୋଇଥିବା ବେଳେ ବହୁତ ଶୀଘ୍ର ଆଉ ୫ ହଜାର ବୁଥ କମିଟି ହେବ।  ଏହା କହିବା ସହ ୪ ବର୍ଷରେ ଓଡ଼ିଶାରେ ଦଳର ଅଗ୍ରଗତି ଦେଖି ଆଗକୁ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଅମିତ।

ସେହିପରି ରାଜ୍ୟରେ ଦଳକୁ ଆହୁରି ମଜଭୁତ କରିବା ପାଇଁ କର୍ମକର୍ତ୍ତାଙ୍କୁ ଶ୍ରୀ ଶାହା ଟାସ୍କ ଦେଇଛନ୍ତି। ସମ୍ପର୍କର ସମର୍ଥନ’ କାର୍ଯ୍ୟକ୍ରମ ମାଧ୍ୟମରେ ଜୁଲାଇ ୧୫ ଭିତରେ ମୋଦି ସରକାରଙ୍କ ୪ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଯିବ। ଏଥିପାଇଁ ବିଜେପି ଶକ୍ତିକେନ୍ଦ୍ର ଅଧ୍ୟକ୍ଷ, ବୁଥ୍‌ କମିଟି ଅଧ୍ୟକ୍ଷ ଓ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ ଦେଇଛନ୍ତି ଶ୍ରୀ ଶାହା। ଏହି ଅଭିଯାନରେ ଦାୟିତ୍ୱ ଦିଆଯାଇଥିବା ସଦସ୍ୟମାନେ ୧୫ ଦିନରେ ପ୍ରତି ଘରେ ପହଞ୍ଚି ମୋଦି ସରକାରଙ୍କ ସଫଳତା ବିଷୟରେ ଆଲୋଚନା କରିବେ।

ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, ତେଲେଙ୍ଗାନାରେ ବିଜେପି ନଆସିବା ଯାଏ ଆମ ଦାୟିତ୍ୱ ସରିନି। ମଜବୁତ ରଣନୀତି ଓ କଠିନ ପରିଶ୍ରମ କରି ଆଗକୁ ନିଆଁ ଭଳି କାମ କରିବାକୁ ଶାହ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।