ମୋଦି ସରକାରର ସଫଳତା ବର୍ଣ୍ଣନା କଲେ ଅମିତ ଶାହା

0
409
amit shah
amit shah
ନୂଆଦିଲ୍ଲୀ  : କେନ୍ଦ୍ରରେ ମୋଦି ସରକାରଙ୍କୁ ଆଜି ଚାରିବର୍ଷ ପୁରି ପାଂଚ ବର୍ଷ ଚାଲିଲା ।  ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଉପସ୍ଥାପିତ କରି ମୋଦିଙ୍କ ନେତୃତ୍ୱରେ ଏକ ଦୁର୍ନିତୀମୁକ୍ତ ସରକାର ଗଢାଯାଇଥିବା କହିଲେ ।

ଏହି ଅବସରରେ ବିଜେପି ଏବଂ ମୋଦି କ୍ୟାବିନେଟର ମନ୍ତ୍ରୀ ସରକାରଙ୍କ ଉପଲବ୍ଧି ଲୋକଙ୍କ ନିକଟରେ ପହଂଚାଉଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଠାରେ ନିଜ ସରକାରର ରିପୋର୍ଟ କାର୍ଡ଼ ଉପସ୍ଥାପିତ କରିବା ପାଇଁ ଆଉ କିଛି ସମୟ ମଧ୍ୟରେ ଓଡ଼ିଶାରେ ପହଂଚିବେ ।

ଏହା ପୂର୍ବରୁ ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଉପସ୍ଥାପିତ କରି ମୋଦିଙ୍କ ନେତୃତ୍ୱରେ ଏକ ଦୁର୍ନିତୀମୁକ୍ତ ସରକାର ଗଢାଯାଇଥିବା କହିଲେ । ଶାହ କହିଲେ ଯେ ବିରୋଧିଦଳ ନରେନ୍ଦ୍ର ମୋଦିଙ୍କୁ ହଟାଇବାକୁ ଚାହୁଁଥିବା ବେଳେ ମୋଦିଙ୍କ ନେତୃତ୍ୱରେ ବିଜେପି ଦେଶରୁ ଦୁର୍ନିତୀ ଅବ୍ୟବସ୍ଥା ଏବଂ ଦାରିଦ୍ର୍ୟକୁ ହଟାଇବାକୁ ଚାହୁଁଛି ।

ଦଳିତ ମାନଙ୍କ ଉପରେ ଅତ୍ୟାଚାର କଂଗ୍ରେସ ସମୟରୁ ବଢିଛି । କଂଗ୍ରେସ ସମୟରେ ଦଳିତଙ୍କ ଗାଁ ପୁରା ଖାଲି କରିବାକୁ ପଡ଼ିବା ଭଳି ସ୍ଥିତି ଉପୁଜିଛି । ଅମିତ କହିଛନ୍ତି ଯେ ଦିନକୁ ୧୫ରୁ ୧୮ ଘଣ୍ଟା କାମ କରୁଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଆମର ସୌଭାଗ୍ୟ । ମୋଦି ସରକାର ଚାଷୀ ହିତୈଷି ସରକାର । ମୋଦି ସରକାର ଆସିବା ବେଳେ ଭାରତରେ କେବଳ ୨ଟି ମୋବାଇଲି କମ୍ପାନୀ ଥିଲେ ଏବେ ୧୨୦ ହୋଇଯାଇଛି । ମେକ୍ ଇନ୍ ଇଣ୍ଡିଆ, ସର୍ଜିକାଲ ଷ୍ଟ୍ରାଇକ୍, ଟ୍ରିପଲ ଲୋକ ଜନଧନ ଯୋଜନା, ସ୍ୱଚ୍ଛଭାରତ ମିଶନ, ସୌଭାଗ୍ୟ ଆଦି ଯୋଜନାରୁ ଗରିବ ଲୋକଙ୍କ ଉନ୍ନତି ହୋଇଥିବା ସେ ସୂଚାଇଥିଲେ ।