ଅମୃତ ଯୋଜନା : ନିର୍ଦ୍ଧାରିତ ସମୟରେ ପାଇପ ଜଳ ଯୋଗାଇବାକୁ ନିର୍ଦ୍ଦେଶ

0
410
chief secretary a p padhy
chief secretary a p padhy

ଭୁବନେଶ୍ୱର : ରାଜ୍ୟରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବା ସହରଗୁଡିକରେ ସବୁ ଘରକୁ ପାଇପ ଜଳ ଯୋଗାଣ କରିବାକୁ ସରକାର ପ୍ରାଥମିକତା ଭିତିରେ କାର୍ଯ୍ୟ କରୁଛନ୍ତି । ସଠିକ ମାନ ସହ ନିର୍ଦ୍ଦାରିତ ସମୟ ଅବଧି ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟ ଠାରେ ରାଜ୍ୟସ୍ତରୀୟ କ୍ଷମତାପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅମୃତ ଯୋଜନା ଚାଲିଥିବା ସହର ଗୁଡିକର ବିକାଶ ଉପରେ ଆଲୋଚନା ହୋଇଥିଲା । ସେସବୁ ସହରରେ ବିକାଶ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା ।

ସେହିସବୁ ସହରରେ ସବୁ ଘରକୁ ପାଇପଜଳ ଯୋଗାଣ ଉପରେ ଆଲୋଚନା ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ପାନୀୟ ଜଳ ଯୋଗାଣ କାର୍ର୍ୟ ସାରିବାକୁ ମୁଖ୍ୟ ସଚିବ  ସଂପୃକ୍ତ ବିଭାଗକୁ ନର୍ଦ୍ଦେଶ ଦେଇଥିଲେ । ତା’ଛଡା ସହରର ଅନ୍ୟାନ୍ୟ ଭିତିଭୂମି ବିକାଶ ଉପରେ ମଧ୍ୟ ଶ୍ରୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ପୁରୀ, ରାଉରକେଲା, ଭଦ୍ରକ ଓ ବାରିପଦା ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଛି ।

୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା ବେଳେ ସେଥିରୁ ୧୩୦ଟି ପାନୀୟ ଜଳ ପ୍ରକଳ୍ପ ରହିଛି । ୧୮୭ ପ୍ରକଳ୍ପ ମଧ୍ୟରୁ ୧୮୭ଟି ଟେଣ୍ଡର କରାଯାଇଥିବାବେଳେ ସେଥିରୁ ୪୨ଟି ଶେଷ ହୋଇଥିବା ବୈଠକରୁ ଜଣାପଡିଛି । ଅମୃତ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଭଳ ପ୍ରଦର୍ଶନ କରିଥିବାରୁ ଗତ ୩ ବର୍ଷରେ ୪୧.୬୬ କୋଟି ଟଙ୍କା ପ୍ରୋତ୍ସାହନ ରାଶି ମିଳିଛି ।

ଜାତୀୟ ରେଟିଂରେ ଦେଶରେ ଦ୍ୱତୀୟ ସ୍ଥାନ ଅଧିକାର କରିଛି ଓଡିଶା । ଏହି ବୈଠକରେ ଜଳସଂପଦ ବିଭାଗ ପ୍ରମୁକ ସଚିବ ପ୍ରଦୀପ ଜେନା, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ସି ଏସ କୁମାର, ନଗର ଉନ୍ନୟନ ସଚିବ ଜି ମାଥିଭାଥନନ୍ , ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ, ମିଶନ ନିର୍ଦ୍ଦେଶକ ପ୍ରେମ କୁମାରଙ୍କ ସମେତ ସଂପୃକ୍ତ ବିଭାଗର ଅଧିକାରୀ ଥିଲେ ।