ବେରୋଜଗାରୀଙ୍କୁ ମାସିକ ହଜାରେ ଟଙ୍କା ଭତ୍ତା ଦେବେ ଆନ୍ଧ୍ର ସରକାର

0
461
stipend for unemployed youths
stipend for unemployed youths
ହାଇଦ୍ରାବାଦ : ବେରୋଜଗାରୀଙ୍କୁ ସରକାର ପ୍ରତି ମାସ ୧ହଜାର ଟଙ୍କା ଦେବେ ଆନ୍ଧ୍ର ସରକାର । ‘ଯୁବା ନେସ୍ତମ’ ନାମରେ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନିଜେ ଲଂଚ କରିବେ ବୋଲି ସୂଚନା ମିଳଛି ।

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ବଡ ପଦକ୍ଷେପ ନେଇଛନ୍ତି । ଗୁରୁବାର ଦିନ ରାଜ୍ୟରେ ଥିବା ବେରୋଜଗାରୀଙ୍କୁ ସରକାର ପ୍ରତି ମାସ ୧ହଜାର ଟଙ୍କା ଦେବା ପାଇଁ କ୍ୟାବିନେଟ ମିଟିଂରେ ନିଷ୍ପତି ନିଆ ଯାଇଛି । ମୁଖ୍ୟମନ୍ତ୍ରୀ ‘ଯୁବା ନେସ୍ତମ’ ନାମରେ ଏହି ଯୋଜନାର ସୂଚନା ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ନାରା ଲୋକେଶ ଦେଇଛନ୍ତି ।

ଲୋକେଶଙ୍କ କହିବା ମୁତାବକ ଚାକିରୀ ନଥିବା ଯୁବକ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ  ଏହି ଯୋଜନାକୁ ବହୁତ ଶୀଘ୍ର ଲାଗୁ କରାଯିବାର ଘୋଷଣା କରିଛନ୍ତି ।

ସୂଚନା ମୁତାବକ ୨୨ ରୁ ୩୫ ବର୍ଷର ଯୁବପିଢିଙ୍କୁ ଏହି ଭତ୍ତାରେ ସାମିଲ କରାଯିବ। ଏହି ବିଷୟରେ ଅଧିକ ବିବରଣୀ ନିମନ୍ତେ ସରକାର ଏକ ୱେବସାଇଟ ଖୋଲିବାକୁ ଯାଉଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନିଜେ ଲଂଚ କରିବେ ବୋଲି ସୂଚନା ମିଳଛି ।