୬୦ ବର୍ଷ ପରେ ଫେରିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି

0
371
ancient budha statue
ancient budha statue

ନୂଆଦିଲ୍ଲୀ  : ୬୦ ବର୍ଷ ପରେ ଭାରତକୁ ଫେରିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି ।  ସ୍ୱାଧୀନତା ଦିବସ ସମାରୋହ ଅବସରରେ ଲଣ୍ଡନରେ ଲଣ୍ଡନ ପୋଲିସ ଭାରତକୁ ଏହି ପ୍ରାଚୀନ ମୂର୍ତ୍ତି ଫେରାଇ ଦେଇଛି ।

ସ୍ୱାଧୀନତା ଦିବସ ଅବସରରେ  ବ୍ରିଟେନ ୬୦ ବର୍ଷ ପୂର୍ବରୁ ଭାରତରୁ ଚୋରୀ ହୋଇଥିବା ପ୍ରାଚୀନ ବୁଦ୍ଧ ମୂର୍ତ୍ତିକୁ ଫେରାଇ ଦେଇଛି । ଏହି କାଂସ୍ୟ ମୂର୍ତ୍ତି ବିହାରର ନାଳନ୍ଦାର ଏକ ସଂଗ୍ରହାଳୟରୁ ଚୋରୀ ହୋଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଦ୍ଧ ମୂର୍ତ୍ତି ଦ୍ୱାଦଶ ଶତାବ୍ଦୀର ଅଟେ । ସ୍ୱାଧୀନତା ଦିବସ ସମାରୋହ ଅବସରରେ ଲଣ୍ଡନରେ ଲଣ୍ଡନ ପୋଲିସ ଭାରତକୁ ଏହି ପ୍ରାଚୀନ ମୂର୍ତ୍ତି ଫେରାଇ ଦେଇଛି । ସ୍ୱାଧୀନତା ଦିବସ ସମାରୋହରେ ବ୍ରିଟେନ ଭାରତୀୟ ରାଷ୍ଟ୍ରଦୂତ ୱାଇକେ ସ୍ନିହାଙ୍କୁ ହସ୍ତାନ୍ତର କରିଛନ୍ତି ।

ନାଳନ୍ଦାରେ ଥିବା ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଏକ ସଂଗ୍ରହାଳୟରୁ ୧୯୬୧ରେ ୧୪ଟି ଏହି କାଂସ୍ୟ ପ୍ରତିମା ଚୋରୀ ହୋଇଯାଇଥିଲା । ସେଥିରୁ ଭଗବାନ ବୁଦ୍ଧଙ୍କର ପ୍ରତିମା ହେଉଛି ଏକ ମୂର୍ତ୍ତି । ମୂର୍ତ୍ତି କିଣିଥିବା ଡିଲର ଓ ମାଲିକଙ୍କୁ କୁହାଯାଇଥିଲା ଯେ, ଏହି ମୂର୍ତ୍ତି ଭାରତରୁ ଚୋରୀ ହୋଇଥିଲା । ସତ୍ୟ ଘଟଣା ଜାଣିବା ପରେ ପୋଲିସ କଳା ଓ ପୁରାତତ୍ତ୍ୱ ବିଭାଗକୁ ସହଯୋଗ କରିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଏକ ବ୍ୟବସାୟ ମେଳାରେ ଆସୋସିଏସନ ଫର ରିସର୍ଚ୍ଚ ଇନଟୁ କ୍ରାଇମ୍ସ ଏଗେଷ୍ଟ ର ଲିଡା ଅଲବର୍ଟସନ ଓ ଇଣ୍ଡିଆ ପ୍ରାଇଡ ପ୍ରୋଜେକ୍ଟ ବିଜୟ କୁମାରଙ୍କ ମୂର୍ତ୍ତି ଉପରେ ନଜର ପଡ଼ିଥିଲା ।