ରୋଗ ପ୍ରତିରୋଧକ ଶକ୍ତି ବଢାଏ ହଳଦୀ : ଜାଣନ୍ତୁ ଏହାର ଔଷଧୀୟ ଗୁଣ

0
374
medicinal quality of turmeric
medicinal quality of turmeric

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ହଳଦୀ । ରକ୍ତଚାପ ଜନିତ ରୋଗକୁ ନିୟନ୍ତ୍ରଣ କରିଥାଏ। ନିୟମିତ ହଳଦୀ ଲଗାଇଲେ ଏହା ଚର୍ମ ରୋଗ ଦୂର ହେବା ସହ ତ୍ୱଚା ସୁନ୍ଦର ହୋଇଥାଏ।

ରୋଷେଇରେ ହଳଦୀ ନିତ୍ୟ ବ୍ୟବହାର୍ଯ୍ୟ ଅଟେ। ପ୍ରତିଦିନ ଏହା ନିଶ୍ଚିତ ବ୍ୟବହାର ହୋଇଥାଏ। ଏତଦ୍‍ ବ୍ୟତୀତ ଏହାର ବହୁ ଔଷଧୀୟ ଗୁଣ ରହିଛି।
ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। କ୍ଷତ ସ୍ଥାନରେ ଏହାକୁ ଲଗାଇଲେ, ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ଯୋଗୁଁ କ୍ଷତ ଶୀଘ୍ର ଭଲ ହୋଇଥାଏ।
ହଳଦୀରେ ରହିଥିବା ଔଷଧୀୟ ଗୁଣ ଏହା ରକ୍ତଚାପ ଜନିତ ରୋଗକୁ ନିୟନ୍ତ୍ରଣ କରିଥାଏ। ଦେହ ଖରାପ ସମୟରେ ଆମେ ଯେଉଁ ଔଷଧ ଖାଉ କିଛି ଔଷଧର ପ୍ରଭାବ ଆମ ଯକୃତ ଉପରେ ପଡ଼ିଥାଏ। ମାତ୍ର ହଳଦୀ ଖାଇବା ହେତୁ ଏହାର ପ୍ରଭାବରେ ଯକୃତର କ୍ଷତି ହୋଇ ନ ଥାଏ।