ଭୁବନେଶ୍ୱର : ମଣିଷ ମାତ୍ରେ ହିଁ ସମସ୍ୟା । କୋଣସି ନା କୌଣସି ସମସ୍ୟାକୁ ନେଇ ଲୋକାମନେ ଟେନସନରେ ରହୁଛନ୍ତି । ଅତ୍ୟଧିକ ଟେନସନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏପରିକି ଜୀବନ ଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ତେଣୁ ଟେନସନରୁ ମୁକ୍ତି ନିତ୍ୟାନ୍ତ ଜରୁରୀ । ହେଲେ କେମିତି ପାଇବେ ଟେନସନରୁ ମୁକ୍ତି । ଅବଲମ୍ବନ କରନ୍ତୁ ଏଭଳି କିଛି ଉପାୟ…
୧- ଯେଉଁ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି, ତାହା ନିଜ ମନରେ ଚାପି ନ ରଖି ଆପଣାର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ । ଦେଖିବେ ମନ ହାଲକା ହୋଇଯିବ । ସାମାଧାନର ବାଟ ମଧ୍ୟ ବାହାରିବ ।
୨- ସମସ୍ୟା ଥିବାବେଳେ ଲୋକ କେବଳ ତାହା ଉପରେ ମନୋନିବେଶ କରିଥାନ୍ତି । ଅନ୍ୟ କାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏହା କରିବା ଦ୍ୱାରା ଟେନସନ ବଢ଼ିଥାଏ । ଟେନସନରୁ ମୁକ୍ତି ପାଇଁ ଅନ୍ୟାନ୍ୟ କାର୍ଯ୍ୟ ଉପରେ ମନୋନିବଶ କରିବା ଦରକାର । ଏହା ଦ୍ୱାରା ମନ ପରିବର୍ତନ ହୋଇଥାଏ ।
୩- ଟେନସନରେ ଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ଯତ୍ନରେ ଅବହେଳା ହୋଇଥାଏ । ଯାହା ଟେନସନକୁ ବୃଦ୍ଧି କରାଇଥାଏ । ତେଣୁ ସେ ସମୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ।
୪- ଆର୍ଥିକ ସମସ୍ୟାକୁ ନେଇ ଯଦି ଟେନସନରେ ରହୁଛନ୍ତି, ତାହା ପାଇଁ ସରଳ ଉପାୟ ହେଉଛି ଲୋଭ ଛାଡନ୍ତୁ । ଦେଖିବେ ସମସ୍ୟା ଆପେଆପେ ସମାଧାନ ହୋଇଯିବ ।
୫- ଯାହାର ସମାଧାନ ନିଜ ପାଖରେ ନାହିଁ, ତାହା ଇଶ୍ୱରଙ୍କ ଉପରେ ଛାଡି କର୍ମ କରିଚାଲିଲେ, ଟେନସନରୁ ମୁକ୍ତି ମିଳିପାରିବ ।