ନୂଆଦିଲ୍ଲୀ : ଭାରତୀୟ ସେନାକୁ ମଜଭୁତ କରିବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତ ଏବେ ଏମିତି ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି ଯେଉଁଥିରେ କେହି ମଧ୍ୟ ତାରି ସୀମାରେ ପ୍ରବେଶ କରିବାକୁ ସାହାସ କରି ପାରିବ ନାହିଁ ।
ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧ ପାଇଁ ଭାରତ ନିଜର ଶକ୍ତି ବୃଦ୍ଧି କରୁଛି। ଏବେ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ଯବାନଙ୍କୁ ମିଳିବ ନୂତନ ଶକ୍ତି। ଫଳସ୍ଵରୂପ କେହି ମଧ୍ୟ ସୀମାରେ ଅନୁପ୍ରବେଶ କରିବାକୁ ସାହାସ କରି ପାରିବେ ନାହିଁ। ସୁରକ୍ଷାବଳଙ୍କୁ ମାନବବୀହିନ ଟ୍ୟାଙ୍କ୍ସ, ଜାହାଜ, ବିମାନ ଓ ସ୍ଵଂୟଚାଳିତ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରିବା କାମ ଆରମ୍ଭ କରି ଦେଇଛନ୍ତି ସରକାର। ଉଲ୍ଲେଖଯୋଗ୍ୟ ନିଜ ସେନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟାପକ ବ୍ୟବହାର ପାଇଁ ଚୀନ ନିଜର ନିବେଶ ବଢ଼ାଇ ଚାଲିଛି। ଏହି ଦୃଷ୍ଟି କୋଣରୁ ଏହି ପ୍ରକଳ୍ପ ଭାରତୀୟ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ ଭବିଷ୍ୟତର ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତ କରିବାରେ ମହତ୍ଵପୂର୍ଣ୍ଣ କାର୍ୟ୍ୟ ନିଭାଇବ। ସଶସ୍ତ୍ର ବଳ ଓ ଘରୋଇ କ୍ଷେତ୍ରରେ ‘ଭାଗିଦାରୀ ମୋଡେଲ’ ଆଧାରରେ ପ୍ରକଳ୍ପକୁ କାର୍ୟ୍ୟନ୍ଵିତ କରାଯିବ। ଭବିଷ୍ୟତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ ରହିବ। ଆମକୁ ଆଗାମୀ ପିଢିର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକତା ରହିଛି ଯାହା ଅଧିକରୁ ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ, ସ୍ଵଚାଳିତ ଓ ସ୍ଵଂୟଚାଳିତ ପ୍ରଣାଳୀ ଅର୍ଥାତ ରୋବୋଟିକ ପ୍ରଣାଳୀ ଉପରେ ଆଧାରିତ ହେବ। ମାନବବିହୀନ ବିମାନ, ମାନବ ବିହୀନ ଜାହାଜ ଏବଂ ମାନବ ବିହୀନ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ରୂପେ ସ୍ଵଚାଳିତ ରୋବୋଟିକ ରାଇଫଲକୁ ଭବିଷ୍ୟତ ଯୁଦ୍ଧରେ ବ୍ୟାପକ ରୂପେ ବ୍ୟବହାର କରାଯିବ। ତେଣୁ ପ୍ରକଳ୍ପରେ ସାମରିକ ବଳର ତିନୋଟି ଅଙ୍ଗ ପାଇଁ ମାନବବିହୀନ ପ୍ରଣାଳୀ ଉପରେ ଅଧିକ ଜୋର ଦିଆଯିବ। ସାମରିକ ବଳ ମାମଲାରେ ଦ୍ଵିତୀୟ ବିଶ୍ଵ ସୈନ୍ୟ ଶକ୍ତି ପରି ନିଜର ଅପରେସନ ସମ୍ବନ୍ଧି ପ୍ରସ୍ତୁତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟାପକ ବ୍ୟବହାର ଉପରେ ଭାରତ ଜୋର ଦେଇଛି। ସୂତ୍ର ମୁତାବକ ଚୀନ ଓ ପାକିସ୍ତାନ ସହ ଲାଗି ରହିଥିବା ସୀମା ଉପରେ ନଜର ରଖିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯିବ। ଏହା ଦ୍ଵାରା ସମ୍ବେଦନଶୀଳ ସୀମାରେ ସୁରକ୍ଷାରେ ମୁତୟନ ସଶସ୍ତ୍ର ବଳ ଉପରେ ଚାପ କମ ହୋଇ ପାରିବ। ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନୁସନ୍ଧାନ ଓ ମେସିନ ସହ ଜଡ଼ିତ ଅଧ୍ୟୟନରେ ଅରବ ଡଲାର ନିବେଶ କରୁଛି। ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ୟୁରୋପୀୟ ସଂଘ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ବ୍ୟାପକ ନିବେଶ କରୁଛନ୍ତି। ଆମେରିକା ମାନବ ବିହୀନ ଡ୍ରୋନ ସାହାରାରେ ଆଫଗାନିସ୍ତାନଓ ଉତ୍ତର ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଉପରେ ଟାର୍ଗେଟ୍ କରି ଆସିଛି। ମାନବ ବିହୀନ ଡ୍ରୋନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ କାର୍ୟ୍ୟ କରିଥାଏ।