ମୁମ୍ବାଇ : ଏସିଆ କପ୍ ପାଇଁ ବିରାଟଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଶିଖର ଧୱନଙ୍କୁ ଉପ-ଅଧିନାୟକ କରାଯାଇଛି।ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।
ଏସିଆ କପ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୬ ଜଣିଆ ଦଳରେ ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରାଯାଇନାହିଁ। ବିରାଟଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ଶିଖର ଧୱନଙ୍କୁ ଉପ-ଅଧିନାୟକ କରାଯାଇଛି। ରାଜସ୍ଥାନର ବାମହାତୀ ପେସ୍ ବୋଲର୍ ଖଲୀଲ୍ ଅହମଦ ଏକ ମାତ୍ର ନୂଆ ମୁହଁ ଭାବେ ଟିମ୍ରେ ସାମିଲ ହୋଇଛନ୍ତି। ଦୁବାଇରେ ସେପ୍ଟେମ୍ବର ୧୫ ତାରିଖରୁ ଏସିଆ କପ୍ ଆରମ୍ଭ ହେବ। ଭାରତର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଅଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍ କିପର୍), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଶର୍ଦ୍ଦୁଲ ଠାକୁର ଓ ଖଲୀଲ ଅହମଦ୍।