କଳାହାଣ୍ଡି : ଆଶାରେ ରହିଗଲା ପୋଲିସ ଚାକିରୀ । ଜଣେ ପୋଲିସ କନଷ୍ଟେବଳ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସୁଶାନ୍ତ ନାୟକ ଓ ତାଙ୍କ ଘର ବିଶ୍ୱନାଥପୁର ଧଙ୍ଗରଭଟ୍ଟା ଗାଁରେ ବୋଲି ଜଣାପଡ଼ିଛି।
କଟକ ପରେ ପୁଣି ଜଣେ ପୋଲିସ କନଷ୍ଟେବଳ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ଫଳରେ ଆଶାରେ ରହିଯାଇଛି ପୋଲିସ ଚାକିରୀ କରିବା । କନଷ୍ଟେବଳ ପଦରେ ଚାକିରୀ କରିବା ପାଇଁ ଭବାନୀପାଟଣା ପଡିଆ ଠାରେ ଶାରିରୀକ ପରୀକ୍ଷା ଚାଲୁଥିଲା। ସେହି ସମୟରେ ଭାଗ ନେଇଥିବା ସୁଶାନ୍ତ ଅସୁସ୍ଥ ହୋଇପଡ଼ିଥିଲେ। ଗୁରୁତର ଆବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରାଥମିକ ସୂଚନା ଦେଇଛନ୍ତି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଛି । ଉଲ୍ଲେଖନୀୟ ଯେ, ଗତ ଗୁରୁବାର ମଧ୍ୟ କଟକ ସ୍ଥିତ ଓଏସଏପି ଗ୍ରାଉଣ୍ଡରେ ଦୌଡୁଥିବା ବେଳେ ନରସିଂହପୁର ନୁଖାପଡାର ରମେଶ ପ୍ରଧାନ ନାମକ ଜଣେ କନେଷ୍ଟବଳ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିଲା।