ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଗୃହ କମିଟି ସମୟ ମାଗିବ ବୋଲି କହିଛନ୍ତି ସଂଜୟ । ଆହୁରି ମଧ୍ୟ ରାଜ୍ୟର ଦାବିକୁ ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଜଣାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ପାଇଁ ସମୟ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଜୟ କହିଛନ୍ତି । ଆଜିର ବୈଠକକୁ ଭାରତୀୟ ଜନତା ପାର୍ଟିର ଦୁଇ ଜଣ ବିଧାୟକ ନ ଆସିବା ନେଇ ସେ ସମାଲୋଚନା କରିଛନ୍ତି । ବିଜେପି ଚାଷୀଙ୍କ ଉନ୍ନତି ଚାହୁଁ ନଥିବା ସଜୟ କହିଛନ୍ତି ।
ତେବେ ବୈଠକରେ ବାଚସ୍ପତି, ବିରୋଧୀ ଦଳ ନେତା ଏବଂ ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ବିଜେଡି ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ବିଜେପିର କେଭି ସିଂହଦେବ ଏବଂ ବିଭୁତିହରିଚନ୍ଦନ ଉପସ୍ଥିତ ନଥିବା ଜଣା ପଡିଛି ।
ସୂଚନାଯୋଗ୍ୟ କି, ପୂର୍ବରୁ ଏମଏସପି ବୃଦ୍ଧି ନେଇ ବିଧାନସଭା ଗୃହ କମିଟିରେ ଆଲୋଚନା ହେବା ସହ ସର୍ବସମ୍ମତି କ୍ରମେ ଏହାକୁ ୨୯୩୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ସ୍ଥିର ହୋଇଥିଲା । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା ହେବା ନେଇ ସ୍ଥିର ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇ ପାରି ନଥିବା ବିଜେଡି ଅଭିଯୋଗ କରିଥିଲା ।