admin
୨୪୦୦୦ ପର୍ଣ୍ଣୋଗ୍ରାଫି ସାଇଟ ବନ୍ଦ କରିବ ନେପାଳ
କାଠମାଣ୍ଡୁ : ଯୌନ ହିଂସାକୁ ଅଟକାଇବା ପାଇଁ ନେପାଳ ସରକାର ୨୪୦୦୦ରୁ ଅଧିକ ପର୍ଣ୍ଣୋଗ୍ରାଫି(ଅଶ୍ଲିଳ) ୱେବସାଇଟ ବନ୍ଦ କରିବା ଲାଗି ଆଦେଶ ଦେଇଛନ୍ତି ।
ସରକାର ଏକ ବୟାନରେ କହିଛନ୍ତି ଯେ, ଇଣ୍ଟରନେଟ ଜରିଆର ପର୍ଣ୍ଣ ଓ ଅଶ୍ଲିଳ ସାମଗ୍ରୀ ପର୍ଯ୍ୟନ୍ତ ସହଜରେ ପହଞ୍ଚି ହେଉଛି । ଏହା ଦ୍ୱାରା ଆମର ସାମାଜିକ ମୂଲ୍ୟ ଓ ସଦଭାବ ପ୍ରଭାବିତ ହେଉଛି ଓ ଯୌନ ହିଂସାକୁ ଆଶ୍ରୟ ମିଳୁଛି । ଦୂରସଂଚାର ପ୍ରାଧିକରଣ ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥାକୁ ତାଲିକା ପ୍ରସ୍ତୁତି କରି ସଂପର୍କୀତ ୱେବସାଇଟ ବନ୍ଦ...
ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ
ପୁରୀ : ଆଜି ବ୍ୟବସ୍ଥିତ ଏବଂ ଶୃଂଖଳିତ ଭାବରେ ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ। ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ନିକଟରେ ଭଂଗାରୁଜା ସହ ପୋଡାଜଳା କରିଥିବା ଅଭିଯୋଗରେ ୨୦ ଜଣଙ୍କୁ ଗିରଫ କରାଯାଇଛି ।
ପୁରୀ ବନ୍ଦ ବେଳେ ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡାଜଳା ଓଡିଆଙ୍କ ହୃଦୟକୁ ଗଭୀର ଆଘାତ ଦେଇଛି । ଏହି ଘଟଣାରେ ସଂପୃକ୍ତ ଥିବା ୨୦ ଜଣଙ୍କୁ ଗିରଫ କରି ଟାଉନ ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଧାଡି ଦର୍ଶନକୁ ବିରୋଧ...
ଆଇସିଆଇସିଆଇ ବ୍ୟାଙ୍କ ଏମଡି : ଚନ୍ଦା କୋଚରଙ୍କ ଇସ୍ତଫା, ସନ୍ଦୀପ ବକ୍ସିଙ୍କୁ ଦାୟିତ୍ଵ
ନୂଆଦିଲ୍ଲୀ : ଗୁରୁବାର ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କର ପରିଚାଳକ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଜାଗାରେ ଏବେ ସନ୍ଦୀପ ବକ୍ସିଙ୍କୁ ପରବର୍ତ୍ତୀ ପରିଚାଳକ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଫିସର ରୂପେ ନିଯୁକ୍ତ କରାଯାଇଛି। ବକ୍ସିଙ୍କ କାର୍ଯ୍ୟକାଳ ୫ ବର୍ଷ ହେବ, ଯାହା ୨୦୨୩ ଅକ୍ଟୋବର ୩ରେ ପୂରା ହେବ।
ଚନ୍ଦା କୋଚର ଓ ଆଇସିଆଇସିଆଇ ବ୍ୟାଙ୍କ ସହ ଜଡ଼ିତ ମାମଲାକୁ ସେବି ବ୍ୟତୀତ ଆରବିଆଇ ଓ କର୍ପୋରେଟ୍ ମନ୍ତ୍ରଣାଳୟ ମଧ୍ୟ ଦେଖୁଛନ୍ତି। ସିବିଆଇ ମାର୍ଚ୍ଚରେ ହିଁ କୋଚରଙ୍କ ପତି ଦୀପକ...
ଚୂଡାନ୍ତ ହୋଇଛି ବିଜେପି ପ୍ରାର୍ଥୀ ତାଲିକା
ଭୁବନେଶ୍ୱର : ବିଜେପି ବିଧାୟକ ଏବଂ ସାଂସଦ ମାନଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ବୋଲି ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ଉପଯୁକ୍ତ ସମୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ ।
ଆସନ୍ତା ନିର୍ବାଚନ ପାଇଁ ବିଧାୟକ ଏବଂ ସାଂସଦ ମାନଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି। ଆସନ୍ତା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ...
୨.୫୦ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ଦର ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେଇଛନ୍ତି।
ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ଜେଟଲୀ କହିଛନ୍ତି ଯେ ଆଜି ତୈଳ ମନ୍ତ୍ରଣାଳୟର କ୍ୟାବିନେଟ୍ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ଉପଭୋକ୍ତାଙ୍କୁ ଆଶ୍ଵସ୍ତ ଦେବା ପାଇଁ ରାଜସ୍ଵ ବିଭାଗ ଏବେ ତିନୋଟି ଭାଗରେ ବଣ୍ଟା ଯିବ। ଏହି କ୍ରମରେ ଏକ୍ସାଇଜ ଡ୍ୟୁଟି ୧.୫...
ରସାୟନରେ ତିନି ବୈଜ୍ଞାନିକଙ୍କୁ ମିଳିଲା ନୋବେଲ
ଷ୍କକହୋମ : ରସାୟନ ବିଜ୍ଞାନରେ ମଧ୍ୟ ତିନି ଜଣ ବୈଜ୍ଞାନିକ ନୋବେଲ ପୁରସ୍କାର ସମ୍ମାନରେ ସମ୍ମାନିତ ହେବେ। ଚଳିତ ବର୍ଷ ଯେଉଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି ସେମାନେ ଏଞ୍ଜାଇମ୍ସ ଓ ଆଣ୍ଟିବଡିଜକୁ ବିକଶିତ କରିଛନ୍ତି। ଯେଉଁଥିରେ ନୂତନ ଫାର୍ମାସ୍ୟୁଟିକଲ ଓ ବାୟୋଫ୍ୟୁଏଲର ନିର୍ମାଣ ହୋଇ ପାରିଛି।
ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପରି ରସାୟନ ବିଜ୍ଞାନରେ ମଧ୍ୟ ତିନି ଜଣ ବୈଜ୍ଞାନିକ ନୋବେଲ ପୁରସ୍କାର ସମ୍ମାନରେ ସମ୍ମାନିତ ହେବେ। ଏଥିରେ ବୈଜ୍ଞାନିକ ଫ୍ରାନସିସ୍ ଏଚ...
ପଦ ସମ୍ଭାଳିବା ମାତ୍ରେ ଆକ୍ସନମୋଡରେ ସିଜେଆଇ ରଞ୍ଜନ ଗୋଗଇ
ନୂଆଦିଲ୍ଲୀ : ନୂତନ ମୁଖ୍ୟ ବିଚାରପତି ପଦ ସମ୍ଭାଳିବା ମାତ୍ରେ ଆକ୍ସନମୋଡରେ ସିଜେଆଇ ରଞ୍ଜନ ଗୋଗଇ। କାର୍ଯ୍ୟକାଳର ପ୍ରଥମ ଦିନରେ ସେ ନିର୍ବାଚନରେ ସୁଧାର ସମ୍ବନ୍ଧିତ ଯାଚିକାକୁ ଖାରଜ କରିବା ସହିତ ଓକିଲଙ୍କୁ ଦାଗିଦ୍ ମଧ୍ୟ କରିଛନ୍ତି।
ଦେଶର ନୂତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ରଞ୍ଜନ ଗୋଗଇ ବୁଧବାର ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଦାୟିତ୍ଵ ସମ୍ଭାଳିବା ମାତ୍ରେ ସିଜେଆଇଙ୍କୁ ଆକ୍ସନମୋଡରେ ଦେଖିବାକୁ ମିଳିଛି। ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟର ନୂତନ ରୋଷ୍ଟର ଜାରି କରିଛନ୍ତି। ଏହି ରୋଷ୍ଟର ଆଜିଠୁ ଲାଗୁ ହୋଇଛି।
ନୂତନ ରୋଷ୍ଟର ମୁତାବକ ଜନସ୍ଵାର୍ଥ...
ପୁନଃତର୍ଜମା ହେବ ଧାଡି ଦର୍ଶନ ବ୍ୟବସ୍ଥା : ପୁରୀ ଜିଲ୍ଲାପାଳ
ଭୁବନେଶ୍ୱର : ଧାଡି ଦର୍ଶନ ବ୍ୟବସ୍ଥାର ପୁନଃତର୍ଜମା କରାଯିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲପାଳ ଜ୍ୟୋତିପ୍ରକାଶ ଦାଶ। ପୁରୀରେ ହିଂସାକାଣ୍ଡ ପଛରେ କିଛି ଅସମାଜିକ ଲୋକଙ୍କ ହାତ ରହିଥିବା ସେ ପ୍ରକାଶ କରିଥିବା ବେଳେ କୌଣସି ଜାଗାରେ ୧୪୪ ଧାରା ଜାରି ହୋଇନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲପାଳ।
ଧାଡ଼ି ବ୍ୟବସ୍ଥାକୁ ନେଇ ପୁରୀ ଶ୍ରୀକ୍ଷେତ୍ର ଆଜି ରଣକ୍ଷେତ୍ର ପାଲଟିବା ପରେ ବ୍ୟବସ୍ଥାର ପୁନଃ ସମୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲପାଳ ଜ୍ୟୋତିପ୍ରକାଶ ଦାଶ। ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଯେପରି...
ସରକାରୀ କାର୍ଯ୍ୟକଳାପରେ ଏବେ ବାବୁଗିରି ନୁହେଁ ଗାନ୍ଧୀଗିରି : ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ସରକାରୀ କାର୍ଯ୍ୟକଳାପରେ ବାବୁଗିରି ନୁହେଁ ବରଂ ଗାନ୍ଧୀଗିରି ଚାଲିବ ।ଆଜି ଗାନ୍ଧୀଙ୍କର ୧୫୦ ବର୍ଷ ଜନ୍ମ ଦିନ ଅବସରରେ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ କହିଛନ୍ତି।
ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ସ୍ୱଚ୍ଛତା ସମ୍ମିଳନୀ ଆୟୋଜନ କରାଯାଇଛି । ବହୁ ଦେଶର ପ୍ରତିନିଧୀ ଏଥିରେ ଯୋଗ ଦେଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ମହାସଚ୍ଚିବ ଏନଟିନିଓ ଗୁତାରେସ ମଧ୍ୟ ସାମିଲ ଅଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ସହ ମହାତ୍ମା ଗାନ୍ଧୀଙ୍କ ଜୀବନୀ ସହ ଜଡିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି।
ଏହି କାର୍ଯ୍ୟକ୍ରମରେ...
ସଫେଇ ବେଳେ ସମୁଦ୍ରରେ ବୁଡ଼ିଗଲେ ୩ ଛାତ୍ର: ୨ ଉଦ୍ଧାର; ଜଣେ ନିଖୋଜ
ପାରାଦ୍ୱୀପ: ପାରାଦ୍ୱୀପରେ ବେଳାଭୂମି ସଫେଇ ବେଳେ ସମୁଦ୍ରରେ ତିନି ଜଣ ଛାତ୍ର ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ସମୁଦ୍ରରେ ନିଖୋଜ ହୋଇ ଯାଇଛନ୍ତି।
ମଙ୍ଗଳବାର ସକାଳ ସାଢ଼େ ଆଠଟା ବେଳେ ପାରାଦ୍ୱୀପ ପୌର ପରିଷଦ୍ ଆନୁକୂଲ୍ୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତିନି ଜଣ ଛାତ୍ର ବଙ୍ଗୋପସାଗରରେ ବୁଡ଼ି ଯାଇଥିଲେ।
ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀଦ୍ୱାରା ଉଦ୍ଧାର ହୋଇଥିବା ଛାତ୍ରଦ୍ୱୟ ହେଲେ ଶୁଭମ୍ କୁଲୁ ଓ ସାଇ ଜ୍ୟୋତି। ସାଙ୍ଘାତିକ ଅବସ୍ଥାରେ ସେମାନଙ୍କୁ...