ବିଶ୍ୱକପ୍ କିକ୍ ବକ୍ସିଂରେ ସ୍ଥାନ ପାଇଲେ ବାଲିସା

0
438
kick buxer balisa
kick buxer balisa
ରାଉରକେଲା  :  ବିଶ୍ୱକପ୍ କିକ୍ ବକ୍ସିଂ ଚାମ୍ପିଅନସିପ୍ ପାଇଁ ସୁନ୍ଦରଗଡ଼ ବନ୍ଧ ମୁଣ୍ଡାର ଝିଅ ବାଲିସା ଟେମରୁକର୍ ମନୋନୀତ ହୋଇଛନ୍ତି । ମେ ୩୦ରେ ଋଷରେ ଆୟୋଜିତ ଏହି ବିଶ୍ୱକପରେ ଭାରତରୁ ୪୫ ଜଣ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି ।
ଋଷରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱକପ୍ କିକ୍ ବକ୍ସିଂ ଚାମ୍ପିଅନସିପ୍ ପାଇଁ ସୁନ୍ଦରଗଡ଼ ବନ୍ଧ ମୁଣ୍ଡାର ଝିଅ ବାଲିସା ଟେମରୁକର୍ ମନୋନୀତ ହୋଇଛନ୍ତି । ୪୫ ଜଣିଆ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଝିଅ ଭାବେ ବାଲିସାଙ୍କୁ ଚୟନ କରାଯାଇଥିବାରୁ ସୁନ୍ଦରଗଡ଼ର କ୍ରୀଡ଼ାପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ୧୯ ବର୍ଷିୟା ବାଲିସା ବିଶ୍ୱକପ୍ କିକ୍ ବକ୍ସିଂ ପାଇଁ ମନୋନୀତ ହୋଇ ସୁନ୍ଦରଗଡ଼ ମାଟିକୁ ଏକ ନୁଆ ଗୌରବ ଆଣିଛନ୍ତି । ପୂର୍ବରୁ ହକିର ଗଡ଼ ଭାବେ ସୁନ୍ଦରଗଡ଼ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିଲା ।

ସୁନ୍ଦରଗଡ଼ କିକ୍ ବକ୍ସିଂ ଟିମର ପ୍ରଥମ ବ୍ଲାକ ବେଲଟଧାରୀ ବାଲିସାଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଦନା ଦିଆଯାଇଛି । ଜିଲ୍ଲା କିକ୍ ବକ୍ସିଂ ସଂଘ ଅଧ୍ୟକ୍ଷ ଗୋପାଳ ଜେନା କହିଛନ୍ତି ଯେ ବାଲିସା ବିଶ୍ୱର ୭୩ଟି ଦେଶର ୩୨ଶହ ମନୋନୀତ ଖେଳାଳୀଙ୍କୁ ଭେଟିବେ । ମେ ୩୦ରେ ଋଷରେ ଆୟୋଜିତ ଏହି ବିଶ୍ୱକପରେ ଭାରତରୁ ୪୫ ଜଣ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି ।