ବାରବାଟୀ ଜମି ଦୁର୍ନୀତି ମାମଲା : ସଂଜିତ ସାମଲଙ୍କୁ ୩ ଘଣ୍ଟା ଜେରା

0
238
ed investigation
ed investigation
ଭୁବନେଶ୍ୱର :  ଓସିଏର ପୂବର୍ତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଂଜିତ ସାମଲଙ୍କୁ ଇଡିର ୩ ଘଣ୍ଟା ଜେରା ।  ଇଡିରୁ ବାହାରିବା ପରେ ସଞ୍ଜିତ ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସବୁ ତଥ୍ୟ ଇଡି ଆଗରେ ସ୍ଥାପନା କରିଛି ।

କଟକ ବାରବାଟୀ ଜମି ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିବା ଓସିଏର ପୂବର୍ତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଂଜିତ ସାମଲଙ୍କୁ ୩ ଘଣ୍ଟା ଜେରା କରାଯାଇଥିଲା। ଏହି ମାମଲାରେ ସଂପୃକ୍ତ ଥିବା ସଞ୍ଜିତଙ୍କୁ ଇଡି ଏତେ ସମୟ ଧରି ପଚରାଉଚୁରା କରିବା ପରେ ସେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ।

ବାରବାଟୀ ଜମି ଜାଲିଆତି ନେଇ ପୂର୍ବରୁ ଇଡି ସଞ୍ଜିତଙ୍କୁ ସମନ ଜାରି କରିଥିବାବେଳେ ଆଜି ସେ ଇଡିରେ ହାଜର ହୋଇଥିଲେ। ସଂଜୀତ ଇନକନ୍ ଆସୋସିଏଟସର ପାର୍ଟନର ରହିଥିବାବେଳେ ଜମି ଜାଲିଆତିରେ ତାଙ୍କର ସଂପୃକ୍ତି ନେଇ ଇଡି ସମନ ଜାରି କରିବା ସହ ତାଙ୍କୁ ପକ୍ଷ ରଖିବାକୁ କୁହାଯାଇଥିଲା । ତେବେ ଇଡିରୁ ବାହାରିବା ପରେ ସଞ୍ଜିତ ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବାରବାଟୀ ପ୍ୟାଲେସ୍‌ ସମ୍ପର୍କରେ ମୋତେ ପଚରାଉଚରା କରାଯାଇଥିଲା। ସବୁ ତଥ୍ୟ ଇଡି ଆଗରେ ସ୍ଥାପନା କରିଛି । ତେବେ କୌଣସି ପ୍ରକାର ଦୁର୍ନୀତି ସହ ସେ ସଂପୃକ୍ତି ନଥିବା ସଞ୍ଜୀତ ପ୍ରକାଶ କରିଛନ୍ତି।

ସୂଚନାନୁସାରେ, ୧୯୯୧-୯୨ ମସିହାରେ ପୂର୍ବତନ କଟକ ତହସିଲଦାର ଅବନୀକାନ୍ତ ପଟ୍ଟନାୟକ ବାରବାଟୀ ଜମି ଦୁର୍ନୀତି ଘଟଣା ସାମ୍ନାକୁ ଆଣିଥିଲେ । ତେବେ ୨୦୧୭ରେ ଟଙ୍କା ହେରଫେର ନେଇ ଆଶୀର୍ବାଦଙ୍କ ପୁଅ ସୁବ୍ରତ ବେହେରା ଓ ଜ୍ୱାଇଁ ସଂଜିତ ସାମଲଙ୍କ ନାଁରେ ଇଡି ପକ୍ଷରୁ ମାମଲା ରୁଜୁ ହୋଇଥିଲା ।