ଉଦଘାଟିତ ହେଲା ଭୀମଭୋଇ ମେଡ଼ିକାଲ କଲେଜ

0
425
vima bhoi medical college inagurated
vima bhoi medical college inagurated
ବଲାଙ୍ଗୀର :  ଆଜି ବଲାଙ୍ଗୀରରେ ‘ଭୀମଭୋଇ ଭେଷଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ’ର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାକୁ ଲୋକାର୍ପିତ କରିଛନ୍ତି ।

ଦୀର୍ଘ ଦୁଇ ଦଶନ୍ଧି ଧରି ଚାତକ ପରି ଚାହିଁ ରହିଥିବା ବଲାଙ୍ଗୀରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାକୁ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଜେ ପି ନଡ୍ଡା ଓଡ଼ିଶାରେ ଆଉ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମେଡ଼ିକାଲ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କଲେଜ ସଂକଳ୍ପବଦ୍ଧ ଓଡ଼ିଶା ସରକାରଙ୍କ ଅନ୍ତର୍ଭୁକ୍ତିକରଣ ଓ ନ୍ୟାୟସଙ୍ଗତ ଉନ୍ନତିର ଆଉ ଏକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ଲୋକାର୍ପଣ ଉତ୍ସବରେ ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନାରେ ସାମିଲ ହେଲେ କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହେଁ ଓଡ଼ିଶା ବାହାରେ ରହୁଥିବା ଲୋକମାନେ ମଧ୍ୟ ଲାଭାନ୍ୱିତ ହେବେ ।

ଏହା ସହିତ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଆଉ ଏକ ମେଡିକାଲ କଲେଜ ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ସ୍ଥାନ ନିରୂପଣ କରନ୍ତି ତେବେ ଖୁବ୍‌ ଶୀଘ୍ର ଓଡ଼ିଶାରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।  ହୋଇପାରିବ ।

ଉଦଘାଟନ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭୀମଭୋଇ ଭେଷଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଜିଠାରୁ ପାଠପଢ଼ା ଆରମ୍ଭ ହେବ । କଲେଜରେ ମୋଟ ୧୦୦ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।