ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ୭ ଲକ୍ଷକୁ ବୃଦ୍ଧି

0
369
naveen patnaik
naveen patnaik
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସହାୟତା ରାଶି ପୂର୍ବରୁ ୫ ଲକ୍ଷ ଟଙ୍କା ଥିବାବେଳେ ଏହାକୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ‘ଆମ ଗାଁ, ଆମ ବିକାଶ’ କାର୍ୟ୍ୟକ୍ରମରେ ମାଲକାନଗିରି କାଲିମେଳା ବ୍ଲକର ମମତା ପଡ଼ିଆମୀଙ୍କ ପରାମର୍ଶକୁ  ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସହାୟତା ରାଶିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ସହାୟତା ରାଶି ପୂର୍ବରୁ ୫ ଲକ୍ଷ ଟଙ୍କା ଥିବାବେଳେ ଏହାକୁ ୭ ଲକ୍ଷକୁ ବୃଦ୍ଧି କରାଯାଇଥିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଘୋଷଣା କରିଛନ୍ତି । ‘ଆମ ଗାଁ, ଆମ ବିକାଶ’ କାର୍ୟ୍ୟକ୍ରମରେ ମାଲକାନଗିରି କାଲିମେଳା ବ୍ଲକର ମମତା ପଡ଼ିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶିକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ମମତା କହିଥିଲେ ଯେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ । ଆପଣ ମହିଳାଙ୍କ ପାଇଁ ବହୁତ କିଛି କରିଛନ୍ତି । ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦ୍ୱାରା ଆମେ ବିକାଶ କାମରେ ସାମିଲ ହୋଇ ପାରିଛୁ ।

ମିଶନ ଶକ୍ତି କାର୍ୟ୍ୟକ୍ରମ ଦ୍ୱାରା ଆମ ପରିବାର ପାଇଁ ଆମେ ବହୁତ କିଛି କରିପାରିଛୁ । ତେଣୁ ମହିଳାମାନଙ୍କ କଥାକୁ ସ୍ୱତନ୍ତ୍ର ଭାବେ ବିଚାର ନେଇ ଅଧିକ ଅର୍ଥ ବ୍ୟବସ୍ଥା କରିବାକୁ ମମତା କହିଥିଲେ । ତେବେ ମମତାଙ୍କ ପରାମର୍ଶକୁ ଗୁରୁତର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି । ସହାୟତା ରାଶିକୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ମହିଳାମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ଜୁନ ୧୨ ତାରିଖରେ ଘୋଷଣା ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସନ୍ତା ଅଗଷ୍ଟ ୧୫ ତାରିଖରୁ କାର୍ୟ୍ୟକାରୀ ହେବ । ରାଜ୍ୟର ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ସାଢ଼େ ତିନି କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବ ।