ଫଳ-ପନିପରିବା ଚୋପାରୁ ଉତ୍ପାଦନ ହେବ ବାୟୋ-ସିଏନଜି

0
391
bil-cng from wastages
bil-cng from wastages

ଇନ୍ଦୋର : ଫଳ-ପନିପରିବା ଚୋପାରୁ ଉତ୍ପାଦନ ହେବ ବାୟୋ-ସିଏନଜି ।  ଏହି ସବୁଜ ଇନ୍ଧନରୁ ଗାଡ଼ି ଚାଲିବ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏହି କାରଖାନାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଳ-ପନିପରିବା ଆବର୍ଜନାରୁ ମୁକ୍ତି ପାଇବା ସହିତ ଏଥିରୁ ମିଳିବ ରୋଜଗାର।  ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଥିବା ନଭାଚାରୀ କାରଖାନାକୁ  ୨୩ରେ  ମୋଦି ଉଦଘାଟନ କରିବେ । କାରଖାନାରେ ଫଳ-ପନିପରିବାରୁ ବାୟୋ-ସିଏନଜି ଉତ୍ପାଦନ ହେବ ଓ ଏହି ସବୁଜ ଇନ୍ଧନରୁ ଗାଡ଼ି ଚାଲିବ ।

ଇନ୍ଦୋର ନଗର ନିଗମର ଆୟୁକ୍ତ ଆଶିଷ ସିଂହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ମଧ୍ୟପ୍ରଦେଶ ଆସି ସ୍ଥାନୀୟ ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ‘ସହରୀ ବିକାଶ ମହୋତ୍ସବ’ରେ ଭାଗ ନେବେ । ଏହି ଗସ୍ତ କାଳରେ ସେ ଅନ୍ୟ ସରକାରୀ ଯୋଜନା-ପରିଯୋଜନା ସହିତ ଫଳ-ପନିପରିବାର ଆବର୍ଜନାରୁ ଉତ୍ପାଦନ ବାୟୋ-ସିଏନଜି ଉତ୍ପାଦନ କାରଖାନାର ଇ-ଉଦଘାଟନ କରିବେ ।

ସେ କହିଛନ୍ତି, ଆଇଏମସି ଏକ ଘରୋଇ କଂପାନୀର ସାହାଯ୍ୟରେ ଦେବୀ ଅହଲ୍ୟାବାଇ ହୋଲକର ଫଳ-ପନିପରିବା ମଣ୍ଡିରେ ସହରର ପ୍ରଥମ ବାୟୋମିଥେନାଇଲ ପ୍ଲାଣ୍ଟ ପ୍ରତିଷ୍ଠ କରାଯାଇଛି । ଏହ କାରଖାନା ମଧ୍ୟମରେ ପ୍ରତିଦିନ ଫଳ-ପନିପରିବାର ୨୦ ଟନ ଆବର୍ଜନାକୁ ୧,୦୦୦ କିଲୋ ବାୟୋ-ସିଏନଜିରେ ପରିଣତ କରାଯିବ । ଆରମ୍ଭରୁ ଆମେ ୬୩ଟି ସିଟି ବସରୁ ୧୫ଟିରେ ବାୟୋ–ସିଏନଜି ବ୍ୟବହାର କରିବୁ । ବର୍ତ୍ତମାନ ଏହି ବସ ଗୁଡ଼ିକରେ ସାଧାରଣ ସିଏନଜି ବ୍ୟବହାର ହେଉଛି ।