ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

0
382
kendra sahitya academy award
kendra sahitya academy award
ଭୁବନେଶ୍ୱର : ସାହିତ୍ୟକ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଉଚ୍ଚକୋଟରୀ ଲେଖା ଲେଖି ଏହି ଦୁଇ ଓଡିଆ  ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଦୁଇଜଣ ଓଡିଆ ମନୋନୀତ ହୋଇଛନ୍ତି । କବିତା ସଙ୍କଳନ ରୁମକୁ ଝୁମା ପାଇଁ ବୀରେନ୍ଦ୍ର ମହାନ୍ତି ବାଲ ସାହିତ୍ୟ ପୁରସ୍କାର ଓ କବିତା ପୁସ୍ତକ ଶୋଷ ପାଇଁ କଳାହାଣ୍ଡିର ଜୟଦ୍ରଥ ସୁନା ଯୁବ ପୁରସ୍କାର ପାଇବେ ।

ଶିଶୁ ସାହିତ୍ୟକ ଭାବେ ବିରେନ୍ଦ୍ର ମହାନ୍ତି ବେଶ ଜଣାଶୁଣା । ତାଙ୍କର ପୁରସ୍କୃତ ପାଇବାକୁ ଥିବା ପୁସ୍ତକରେ ୧୦୦ଟି କବିତା ରଚନା କରିଛନ୍ତି । ଏହି କବିତାରେ ଶିଶୁମାନଙ୍କ ପାଇଁ ରହିଛି ନୀତିଶିକ୍ଷା । ଶିଶୁମାନଙ୍କ ଜୀବନ ଗଠନ ଠାରୁ ଚାରିତ୍ରିକ ଗଠନ ସମ୍ପର୍କରେ ଏଥିରେ ସ୍ପଷ୍ଟ ଭାବେ ଉଲେଖ ରହିଛି । ସେହିପରି ଶୋଷ ପୁସ୍ତକରେ ଉଚ୍ଚକୋଟରୀ ଲେଖା ଲେଖି ଏହି ଦୁଇ ଓଡିଆ ଏହିପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।