ପୁଣି ଥରେ ତୈଳ ରାଜନୀତି ଜୋର ଧରିଛି। ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ତୈଳ ଦର କମାଇବାକୁ ଦାବି କରିଛି । ପ୍ରତିବାଦ ସ୍ୱରୂପ ପୁଣି ଥରେ ସାରା ରାଜ୍ୟରେ ବିକ୍ଷୋଭ କରିବା ନେଇ ନେଇ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି। ଆଜି ଏକ ପ୍ରେସମିଟ୍ କରି ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି ଯେ ମେ ୨୮ ରୁ ୩୦ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ବିକ୍ଷୋଭ କରିବାର ପ୍ରଥମ ଦିନରେ ଅର୍ଥାତ୍ ଚଳିତ ମାସ ୨୮ ତାରିଖରେ ରାଜଭବନ ଆଗରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିବା ସହ ଧାରଣା ଦିଆଯିବ। ଏ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ। ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଓଡିଶାରେ ଆଜି ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ୯୮ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ୭୩ ଟଙ୍କା ୨୬ ପଇସାରେ ପହଞ୍ଚିଛି। ଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡ଼ିଛି। ତୈଳରେ ଅନୁକୂଳ ଦର ଲାଗୁ ନକରିବା ପର୍ୟ୍ୟନ୍ତ ଦଳ ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି।
ଭୁବନେଶ୍ୱର : ତୈଳ ଦର ବୃଦ୍ଧିର ବିରୋଧ କରି ଆସନ୍ତା୨୮ରୁ ତିନି ଦିନ ଧରି ଦଳ ପକ୍ଷରୁ ରାଜ୍ୟର ସବୁ ବ୍ଲକରେ ଜନସଚେତନତା କାର୍ଯ୍ୟକ୍ରମ କରାଯିବ। ତୈଳରେ ଅନୁକୂଳ ଦର ଲାଗୁ ନକରିବା ପର୍ୟ୍ୟନ୍ତ ଦଳ ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି।