ବିଜେଡି ଦଳରୁ ବହିଷ୍କୃତ ହୋଇଥିବା ଡା.ଦାମୋଦର ରାଉତ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହା ଉପରେ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବା ଆବଶ୍ୟକ। ଯଦି ସିବିଆଇ ତଦନ୍ତ କରାନଯାଏ ତେବେ ବିଜେପି ରଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାର କଥା କଥାରେ କମିଶନ୍ ବସାଉଛନ୍ତି ମାତ୍ର ସେଥିରୁ କୌଣସି ସୁଫଳ ମିଳୁନାହିଁ । ୩୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବର୍ତମାନ ଜେଲରେ ଥିବା ବେଳେ ଓଡିଶାରେ ଯେତେ ସବୁ ଦୁର୍ନୀତି ହୋଇଛି ସେଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସରକାର ଏସମ୍ପର୍କରେ ଚୁପ୍ ହୋଇ ବସି ରହିଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ବିଜେପିର ଏହି ଅଭିଯୋଗ ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ବିଜେପି ଯେଉଁ ସବୁ ପ୍ରସଙ୍ଗ ଉଠାଇଛି ତାହା ବିଧାନସଭାରେ ଆଲୋଚନା ହୋଇଛି। ନବୀନଙ୍କ ନିଷ୍ପତ୍ତି ଉପରେ ଯେଉଁ ସବୁ ଆଲୋଚନା ହୋଇଛି, ବିଜେପି ନିର୍ବୋଧତା ବୋଲି ସେ କହିଛନ୍ତି।