ଭାଙ୍ଗିଲା ବିଜେପି-ପିଡିପି ମେଣ୍ଟ

0
464
ram madhav
ram madhav

ନୂଆଦିଲ୍ଲୀ :  ପିଡିପି-ବିଜେପି ମେଣ୍ଟରେ ପୂର୍ଣ୍ଣଛେଦ ପଡ଼ିଛି। ଅସ୍ତ୍ର ବିରତି ସମାପ୍ତ କରିବା ନେଇ ଉଭୟ ଦଳ ମଧ୍ୟରେ ତିକ୍ତତା ବଢିଥିଲା। ବିଜେପି ରାଜ୍ୟରେ ରାଜ୍ୟପାଳ ଶାସନ ଦାବି କରିଛି।

ଭାରତୀୟ ଜନତା ପାର୍ଟି ଜାମ୍ମୁ ଓ କାଶ୍ମୀରରେ ମହବୁବା ସରକାରଠୁ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ରାଜ୍ୟରେ ତିନି ବର୍ଷ ଧରି ଚାଲି ଆସିଥିବା ପିଡିପି-ବିଜେପି ମେଣ୍ଟରେ ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟରେ ରାଜ୍ୟପାଳ ଶାସନ ଦାବି କରିଛି। ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାର ଦ୍ଵାରା ରାଜ୍ୟରେ ଅସ୍ତ୍ର ବିରତି ସମାପ୍ତ କରିବା ନିଷ୍ପତ୍ତି ପରେ ଉଭୟ ଦଳ ମଧ୍ୟରେ ତିକ୍ତତା ବଢିଥିଲା। ମେଣ୍ଟ ଭାଙ୍ଗିବା ପରେ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଛି। ସନ୍ଧ୍ୟାରେ ମେହବୁବା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି କୁହାଯାଉଛି।

ମଙ୍ଗଳବାର ବିଜେପିର କୋର ଗ୍ରୁପ ବୈଠକ ପରେ ମେଣ୍ଟ ଭଙ୍ଗ ନେଇ ନିଷ୍ପତ୍ତି ନିଆଯାଇଥିଲା। ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଜାମ୍ମୁ ଓ କାଶ୍ମୀର ନେତାଙ୍କ ସହିତ ବୈଠକ କରିବା ପରେ ଏହି ବିଷୟରେ ଅନ୍ତିମ ନିର୍ଣ୍ଣୟ ନେଇଛନ୍ତି। ଏଠାରେ କହି ରଖୁଛୁ ଯେ ରାଇଜିଂ କାଶ୍ମୀରର ସଂପାଦକ ସୁଜାତ ଚୌଧୁରୀଙ୍କ ହତ୍ୟା ପରେ ରାଜ୍ୟରେ ଉଭୟ ଦଳ ମଧ୍ୟରେ ସଂପର୍କ ବିଗିଡ଼ିଥିଲା।