କୋଲକାତାକୁ ଲମ୍ବିଛି ଟିଟୋର କଳା ସାମ୍ରାଜ୍ୟ

0
383
gangstar tito
gangstar tito
ଭୁବନେଶ୍ୱର : କୋଲକାତାକୁ ଲମ୍ବିଛି ଟିଟୋର କଳା ସାମ୍ରାଜ୍ୟ । ସେଠାରେ  ଟିଟୋର ଥିବା ସମସ୍ତ କାରବାର ତଥା ସାମ୍ରାଜ୍ୟର ଚେର ମାପିବା ପାଇଁ କୋଲକାତା ଯାଇଛି କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟିମ୍ ଏସଟିଏଫ ।

ଗ୍ୟାଙ୍ଗଷ୍ଟାର ଟିଟୋର କଳା ସାମ୍ରାଜ୍ୟ ଉପରେ ପୋଲିସର ଚଢାଉ । ସମସ୍ତ କଳା କାରନାମା ତଥା କାରବାରକୁ ସିଜ୍ କରିବା ପାଇଁ କ୍ରାଇମବ୍ରାଂଚର ଯୋଜନା । ରାଜ୍ୟରେ ଟିଟୋର ଥିବା ସମସ୍ତ କାରବାର ତଥା ସମ୍ପତି ଉପରେ ଗତ ଦୁଇ ଦିନ ହେଲା ପୋଲିସ୍ ଏବଂ କ୍ରାଇମବ୍ରାଂଚ ମିଳିତ ଭାବେ ଚଢାଉ ଜାରି ରଖିଥିବା ବେଳେ ଆଜି କୋଲକାତା ଗସ୍ତ କରିଛି ଏକ ଟିମ୍ ।

କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟିମ୍ ଏସଟିଏଫ ଆଜି ଟିଟୋ ସାମ୍ରାଜ୍ୟର ଚେର ମାପିବା ପାଇଁ କୋଲକାତା ଯାଇଛି । ତେବେ ସେଠାରେ ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାରର କିଛି ଜମି, ଗାଡି ଏବଂ ଘରର ଏସଟିଏଫ୍ ସନ୍ଧାନ ପାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ କି, ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସାୟଦ ଉସମାନ ଅଲ୍ଲୀକୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିବାବେଳେ ଗତ ଶନିବାର ଦିନ କେନ୍ଦ୍ରାପଡା ସ୍ଥିତ ବାସଭବନ ସମେତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଥିଲା । କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ୍ ଓ ପୋଲିସ ମିଳିତ ଭାବରେ ଏହି ଚଢଉ କରିଥିଲେ ।

ଟିଟୋର ଦିଲାରପୁର ବାସଭବନରେ ଚଢଉ ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢଉ ହୋଇଥିଲା । ଏପରି କି, ତାହାର ଭାଇଙ୍କ ଘର ସମେତ ୬ଟି ସ୍ଥାନରେ ଚଢାଇ କରିଥିଲା କ୍ରାଇମବ୍ରାଂଚ  । ଟେଣ୍ଡର ଫିକ୍ସିଂ ତଥା ଆର୍ଥିକ ନେଣଦେଣ ମାମଲାରେ ପୋଲିସ୍ ତରଫରୁ ଏହି ଚଢାଉ କରାଯାଇଥିଲା  ।