ଭୁବନେଶ୍ୱର : ୯୦ ଦଶକରେ ଓଡ଼ିଶାରେ କଳା ବାଘ ଦେଖାଯାଇଥିବା କୁହାଯାଇଥିଲେ ହେଁ ପ୍ରଥମ ଥର ପାଇଁ ଏହା କ୍ୟାମେରାରେ ଧରାପଡ଼ିଛି। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସଂପୂର୍ଣ୍ଣ କଳା ରହିଛି।
ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସଂପୂର୍ଣ୍ଣ କଳା ରହିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ ହେଉଛି ଓଡ଼ିଶା। ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
।