ଚିଲିକାରେ ଡଙ୍ଗା ବୁଡି ୨ ମୃତ ୧୦ ନିଖୋଜ

0
379
boat in the sea
boat in the sea
ବାଲୁଗାଁ : ଚିଲିକାରେ ବିପର୍ଯ୍ୟୟ। ଭାରସାମ୍ୟ ହରାଇ ବୁଡିଲା ଡଙ୍ଗା ।  ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ନିଖୋଜ ଅଛନ୍ତି ।  ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଚିଲିକାକୁ ଉପଭୋଗ କରିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆଜି ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । କାଳିଜାଇ ଦର୍ଶନ ସାରି ବାଲୁଗାଁ ଫେରୁଥିବା ବେଳେ ମଝି ଚିଲିକାରେ ଯାତ୍ରବାହୀ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଥିବା ଜଣାପଡିଛି । ଫଳରେ ଜଣେ ଶିଶୁ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ କି, ଡଙ୍ଗାଟି ପ୍ରାୟ ୨୦ଜଣ ପର୍ଯ୍ୟଟକଙ୍କୁ ନେଇ କାଳିଜାଇରୁ ବାଲୁଗାଁ ଫେରୁଥିବା ସମୟରେ ହଠାତ୍ ବର୍ଷା ପବନ ଆସିଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଡଙ୍ଗାରେ ଥିବା ୮ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୦ଜଣ ପର୍ଯ୍ୟଟକ ନିଖୋଜ ଥିବା ସୂଚନା ମିଳିଛି । ତେବେ ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।