ରାଜଧାନୀରେ ୨ଟି ସ୍ଥାନରେ ବୋମାମାଡ଼, ଜଣେ ଗୁରୁତର

0
283
bombing in bbsr
bombing in bbsr

ଭୁୁବନେଶ୍ୱର : ସୋମବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରର ୨ଟି ସ୍ଥାନରେ ବୋମାମାଡ଼ ହୋଇଛି । ଉଭୟ ଘଟଣାରେ କାହାରି ମୃତ୍ୟୁ ହୋଇ ନାହିଁ ।  ଜଣେ ଗୁରୁତର ଆହତ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରର ୨ଟି ସ୍ଥାନରେ ସୋମବାର ବିଳମ୍ବିତ ରାତ୍ରିରେ ବୋମାମାଡ଼ ହୋଇଛି । ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଶିଶୁଭବନ ଛକରେ ଥିବା ଏକ ହୋଟେଲ ଉପରକୁ ରାତି ୧୧ଟାରେ ୨ଟି ବୋମାମାଡ଼ ହୋଇଥିବା ବେଳେ ରାତି ପ୍ରାୟ ୯ଟାରେ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର କେ-୬ ଅଞ୍ଚଳରେ ମଧ୍ୟ ୨ଟି ବୋମାମାଡ଼ ହୋଇଛି । ଉଭୟ ଘଟଣାରେ କାହାରି ମୃତ୍ୟୁ ହୋଇ ନାହିଁ । ଶିଶୁ ଭବନ ଛକ ନିକଟରେ ଫୁଡ ଜଙ୍କସନ ଉପରେ ହୋଇଥିବା ବୋମାମାଡ଼ରେ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି କରିଥିବା ଏହି ବୋମାମାଡ଼ ଘଟଣାରେ ହୋଟେଲର କାଚ ଭାଙ୍ଗିଯାଇଛି । ବୋମାମାଡ଼ ହେବା ପରେ ହୋଟେଲରେ ଥିବା ଗ୍ରାହକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ସୂଚନା ପାଇ ପୋଲିସ ଅଳ୍ପ ସମୟ ପରେ ପହଞ୍ଚି ଥିଲା । ହୋଟେଲରେ ଥିବା ଗ୍ରାହକ ଓ ଅନ୍ୟମାନଙ୍କୁ ଯଥଶୀଘ୍ର ଖାଲି କରାଯାଇଥିଲା ।

କଳିଙ୍ଗନଗର କେ-୬ ଅଞ୍ଚଳରେ ହୋଇଥିବା ବୋମାମଡ଼ରେ କେହି ଆହତ ହୋଇ ନଥିବା ପୋଲିସ କହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲକ୍ଷ୍ମୀପୂଜା ମଣ୍ଡପ ନିକଟସ୍ଥ ଏକ କ୍ଲବ ଘର ପାଖରେ ରାତି ପ୍ରାୟ ୯ଟାରେ ଦୁଇ ଜଣ ଯୁବକ ମୁଖାପିନ୍ଧି ଆସିଥିଲେ । ସେମାନେ ବୋମାମାଡ଼ କରି ହଠାତ ଫେରାର ହୋଇ ଯାଇଥିଲେ ।