ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଦ୍ୟାଳୟ(ବିପିୟୁଟି) ଭିସି ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଅନିୟମିତତା ଅଭିଯୋଗରେ ହଟାଇ ଦିଆଯାଇଛି। ରାଜ୍ୟପାଳ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଦାୟିତ୍ୱରୁ ହଟାଇଥିବା ଥିବା ସୂଚନା ମିଳିଛି।
ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ବିଜୁ ପଟ୍ଟନାୟକ ବୈଷୟିକ ବିଦ୍ୟାଳୟ(ବିପିୟୁଟି) ଭିସି ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଉତ୍ତରାଞ୍ଚଳ ଆରଡିସି ଡି.ଭି ସ୍ୱାମୀ ଦାୟିତ୍ୱ ନେଇଛନ୍ତି। ଚିତ୍ତରଞ୍ଜନଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କୁ ପଦବୀରୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ବିପିୟୁଟିର କୁଳପତି ଥିବା ଚିତ୍ତରଞ୍ଜନଙ୍କ ନାଁରେ ଟଙ୍କା ହେରଫେର୍ କରିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ରାଜ୍ୟପାଳ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଦାୟିତ୍ୱରୁ ହଟାଇଥିବା ଥିବା ସୂଚନା ମିଳିଛି।