ସ୍ତନ୍ୟପାନ ଫଟୋ ଅଶ୍ଲୀଳ ନୁହେଁ: କେରଳ ହାଇକୋର୍ଟ

0
350
no vulgarity in photo
no vulgarity in photo
କେରଳ : ସ୍ତନ୍ୟପାନ ଫଟୋ ଅଶ୍ଲୀଳତା ନୁହେଁ।  ଅଶ୍ଲୀଳତା ଦର୍ଶକଙ୍କ ନଜରରେ ରହିଛି । ଏହି ଟିପପଣୀ ଦେଇଛନ୍ତି କେରଳ ହାଇକୋର୍ଟ।  ଏକ ମାଲାୟଲମ ଭାଷାର ପାକ୍ଷିକ ପତ୍ରିକାରେ ବିରୋଧରେ ଲଗାଯାଇଥିବା ପିଟିସନକୁ ଖାରଜ କରି ମାର୍ଚ୍ଚରେ ଦିଆଯାଇଥିବା ଆଦେଶକୁ  ଗୁରୁବାର ସମସ୍ତଙ୍କ ସାମନାରେ ସାର୍ବଜନିନ କରାଯାଇଛି ।

ଏହି ପିଟିସନ ପତ୍ରିକାର ମୁଖ୍ୟପୃଷ୍ଠାରେ ଏକ ମହିଳା ମଡେଲ ଏକ ଶିଶୁକୁ ସ୍ତନ୍ୟପାନ କରାଉଥିବା ଦେଖାଇବା କାରଣରୁ ଏହା ଉପରେ ଅଭିେଯୋଗ କରାଯିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆବେଦନ କରାଯଇଥିଲା । ତତକାଳୀନ ଚିଫ ଜଷ୍ଟିସ ଆଂଟୋନି ଡୋନିମିକଙ୍କ ଅଧ୍ୟକ୍ଷତାରେ ୨ ଜଣ ସଦସ୍ୟତାରେ ଗଠିତ ଖଣ୍ଡପୀଠରେ ଫୋଲିକ୍ସ ଏମଏ ନାମକ ଏକ ବ୍ୟକ୍ତି ଅଭିଯୋଗ ଆଣିଥିବା ଏହି ପିଟିସନକୁ ଖାରଜ କରି କହିଛନ୍ତି କି, ଆମେ ଆମର ଶ୍ରେଷ୍ଠ ଚେଷ୍ଟା ପରେ ମଧ୍ୟ ଏହି ଫଟୋରୁ କୌଣସୀ ଅଶ୍ଲୀଳତା ଦେଖି ପାରିଲୁ ନାହିଁ ।

କିମ୍ବା ଏହାର କ୍ୟାପସନରେ କୌଣସୀ ବ୍ୟକ୍ତିଙ୍କ ପାଇଁ କିଛି ଆପତିଜନକ ଲେଖା ଖୋଜି ପାଇଲୁ । ଆମେ ଏହି ଫୋଟକୁ ସେହି ନଜରରେ ଦେଖୁଛେ କି ରାଜ ରବି ବର୍ମାଙ୍କ ଭଳି ଚତ୍ରକାରଙ୍କ ପେଂଟିଙ୍ଗ ଯେପରି ଦେଖନ୍ତି । ଯେପରି କି ସୁନ୍ଦରତା ଦର୍ଶକଙ୍କ ଆଖିରେ ରହିଛି । ସେହିଭଳି ଅଶ୍ଲୀଳତା ଦର୍ଶକଙ୍କ ନଜରରେ ରହିଛି ।