ଭୁବନେଶ୍ୱର : ପୁଣି ଲକ୍ଷ୍ମୀସାଗର ଥାନା ହଳଦିପଡିଆ ବସ୍ତିରୁ ୩୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ସଂପୃକ୍ତ ୨ ଭାଇକୁ ଗିରଫ କରିଛି ପୋଲିସ।
ବ୍ରାଉନସୁଗାର କବଜାରେ ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଲକ୍ଷ୍ମୀସାଗର ଥାନା ହଳଦିପଡିଆ ବସ୍ତିରୁ ୩୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାର ବଜାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ସେହିପରି ଏହି ମାମଲାରେ ସଂପୃକ୍ତ ୨ ଭାଇକୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଭାଇ ହେଲେ ପ୍ରଦୀପ ଓ ରବୀନ୍ଦ୍ର ପ୍ରଧାନ।
ଉଲ୍ଲେଖନୀୟ ଯେ, ହଳଦୀପଡ଼ା ଅଞ୍ଚଳରୁ ପୋଲିସ ଅନେକ ବାର ବ୍ରାଉନସୁଗାର କରିଛି। ଏହି କାରବାରରେ ଲିପ୍ତ ଥିବା ଅଭିଯୋଗଙ୍କୁ ପୋଲିସ ଗିରଫ କରୁଥିଲେ ମଧ୍ୟ ବ୍ୟାପକ ହେବାରେ ଲାଗିଛି ଏହି ବ୍ରାଉନସୁଗାର କାରବାର। ଗତ ଶୁକ୍ରବାର ମଧ୍ୟ ସେହି ହଳଦୀପଡିଆ କେଉଟସାହିରେ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ଚଢଉ କରି ୩୫ ଗ୍ରାମ ବ୍ରାଉନସୁଗାରର ଜବତ କରିବା ସହ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା ।