ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୋମାମାଡ, ଦୁଇ ଅଟକ

0
421
bjp office attacked
bjp office attacked
ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୋମାମାଡ ଘଟଣାରେ ଖାରବେଳନଗର ପୋଲିସ୍ ସନ୍ଦେହରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଖାରବେଳନଗର ପୋଲିସ୍ ସନ୍ଦେହରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି । କାର୍ଯ୍ୟାଳୟ ପରିସରରେ କିଛି ଲୁହା କଂଟା ଏବଂ ଗୋଡି ପଡିଥିବା ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ସୁରକ୍ଷାକର୍ମୀଙ୍କ କହିବାନୁଯାୟୀ, ଦୁଇ ଦୁବୃର୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇଟି ବୋମାମାଡ କରିଥିଲେ । ଘଟଣାସ୍ଥଳରେ ଖାରବେଳନଗତ ପୋଲିସ୍ ପହଂଚି ତନାଘନା କରୁଥିବା ସୂଚନା ମିଳିଛି ।