ଭୁବନେଶ୍ୱର : ପୁଣି ଥରେ ବସ ଭଡା କିଲୋମିଟର ପିଛା ୨ ଓ ୪ ପଇସା ବୃଦ୍ଧି କରାଯାଇଛି। ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବରେ ରାଜ୍ୟ ସରକାର ଏହି ବସ ଭଡା ବୃଦ୍ଧି କରିଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ, ବସ ଭଡା କିଲୋମିଟର ପିଛା ୨ ଓ ୪ ପଇସା ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ ବସ ଭଡା କିମି ପିଛା ୨ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ପିଛା ୪ ପଇସା ଲେଖାଏଁ ବଢାଇ ଦିଆଯାଇଛି।
ପୂର୍ବରୁ ଅର୍ଡିନାରୀ ବସ ଭଡା କିମିକୁ ୭୦ ପଇସା ଥିଲା ବେଳେ ବଢିବା ପରେ ଏହା ୭୨ ପଇସା ହୋଇଛି। ସେହିପରି ଏକ୍ସପ୍ରେସ ବସ ଭଡା କିମି ପ୍ରତି ୭୩ ପଇସା ଥିଲାବେଳେ ଦୁଇ ପଇସା ବୃଦ୍ଧି ହେବା ପରେ ତାହା ୭୫ ପଇସା ହୋଇଛି। ଡିଲକ୍ସ ବସ ଭଡା କିମି ୧୦୧ ଥିଲା ବେଳେ ୧୦୫ ପଇସା ହୋଇଛି। ଏସି ଡିଲକ୍ସ କିମିକୁ ୧ ଟଙ୍କା ୨୭ ପଇସା ହୋଇଛି। ପୂର୍ବରୁ ଏହା କିମି ପ୍ରତି ଥିଲା ୧ ଟଙ୍କା ୨୩ ପଇସା ।