ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ବୃଦ୍ଧି ପାଇଛି ବସ୍ ଭଡା । ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡା ବୃଦ୍ଧି ପାଇଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।
ଅହେତୁକ ତୈଳ ଦାମ ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିମି ପ୍ରତି ୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିମି ପ୍ରତି ୪ ପଇସା ଲେଖାଏଁ ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡା ପୂର୍ବରୁ କିମି ପ୍ରତି ୬୮ ପଇସାଥିବା ବେଳେ ଏବେ ତାହା ୭୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡା ୭୧ରୁ ୭୩ ପଇସାକୁ, ଡିଲକ୍ସ ବସ୍ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି ।