ସି ଭୋଟର ସର୍ଭେ : ବିଜେଡି ଜିତିବ ୬, ବିଜେପି ୧୨ ଲୋକସଭା ଆସନ

0
545
c-voter-survey 6 mp for bjd 12 for bjp
c-voter-survey 6 mp for bjd 12 for bjp
ଭୁବନେଶ୍ଵର : ସି ଭୋଟର ସର୍ଭେ ମୁତାବକ ଯଦି ଆଜି ନିର୍ବାଚନ ହୁଏ ତେବେ ୨୧ଟି ଲୋକସଭା ସିଟରୁ ବିଜେଡି ପାଇବ ମାତ୍ର ୬ଟି ଆସନ। ବିଜେପି ୧୨ଟି ଆସନ ଜିତିପାରେ ଓ କଂଗ୍ରେସ ୩ଟି ଜିତିବାର ସମ୍ଭାବନା ରହିଛି।
୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶରେ ଜାତୀୟ ଦଳଠୁ ନେଇ କ୍ଷେତ୍ରୀୟ ଦଳ ମଧ୍ୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିର୍ବାଚନକୁ ନେଇ ବର୍ତ୍ତମାନ ଦେଶର ଜନତାଙ୍କ ମୋଡ୍ କେମିତି ରହିଛି ତାକୁ ନେଇ ସି ଭୋଟର ଏହି ସର୍ଭେ କରିଛି। ଏହି ସର୍ଭେ ଓଡ଼ିଶା ରାଜନୀତିକୁ ଚମଦେଇ ଦେଲା ଭଳି ରହିଛି।
ସି ଭୋଟର ସର୍ଭେ ମୁତାବକ ଯଦି ଆଜି ନିର୍ବାଚନ ହୁଏ ତେବେ  ଶାସକ ବିଜେଡ଼ି ସାଙ୍ଘାତିକ ଘାଟାରେ ପଡ଼ିବ। ସର୍ଭେ ମୁତାବକ ଆଜି ଯଦି ନିର୍ବାଚନ ହୁଏ ତେବେ ୨୧ଟି ଲୋକସଭା ସିଟରୁ ବିଜେଡି ପାଇବ ମାତ୍ର ୬ଟି ଆସନ। ଯାହାକି ବର୍ତ୍ତମାନ ପାଇଥିବା ୨୦ ଆସନରୁ ୧୪ କମ।
ଅନ୍ୟ ପଟେ ଏହି ସର୍ଭେରେ ବିଜେପି ପାଇଁ ଆଣିଛି ଆଶ୍ଵସ୍ତିକର ଖବର। ଆଜି ଭୋଟ୍ ହେଲେ ବିଜେପି ୧୨ଟି ଆସନ ଜିତିପାରେ।

ସି ଭୋଟରର ଏହି ସର୍ଭେରେ କଂଗ୍ରେସ ପାଇଁ ମଧ୍ୟ ରହିଛି ଆଶ୍ଵସ୍ତିକର ଖବର। ଆଜି ନିର୍ବାଚନ ହେଲେ ୨୧ ଲୋକସଭା ସିଟରୁ କଂଗ୍ରେସ ୩ଟି ଜିତିବାର ସମ୍ଭାବନା ରହିଛି। ଯାହାକି କଂଗ୍ରେସ ପାଇଁ ନିଶ୍ଚିତ ରୂପେ ଚମକପ୍ରଦ ରହିବ। ଗତ ସେପ୍ଟେମ୍ବରରେ ହୋଇଥିବା ସର୍ଭେ ତୂଳନାରେ କଂଗ୍ରେସ ଭଲ କରିବ ବୋଲି ସର୍ଭେରେ ଦର୍ଶାଯାଇଛି।

ସେପ୍ଟେମ୍ବରରେ ଏବିପି- ସି ଭୋଟର ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡି ୬, ବିଜେପି ୧୩ ଓ କଂଗ୍ରେସ ୨ଟି ଲୋକସଭା ସିଟ୍  ଜିତୁଥିବା ଆକଳନ କରାଯାଇଥିଲା। ଅର୍ଥାତ ବର୍ତ୍ତମାନ ନିର୍ବାଚନ ହେଲେ ବିଜେପି  ଓ କଂଗ୍ରେସ ପାଇଁ ସ୍ଥିତି ଅନୁକୂଳ ରହିଥିବା ବେଳେ ବିଜେଡି ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି।

Leave a Reply