୧୧ ପ୍ରସ୍ତାବକୁ କ୍ୟାବିନେଟ ମୋହର: କମିଲା ଗାଡି ରେଜିଷ୍ଟ୍ରେସନ ଫି

0
279
cm naveen patnaik
cm naveen patnaik

ଭୁବନେଶ୍ୱର : ମୋଟର ଯାନ ଟିକସ୍ ସଂଶୋଧନ, ସ୍ୱସ୍ଥ୍ୟ ବୀମା ହିତାଧିକାରୀ ବୃଦ୍ଧି, ପାନୀୟ ଜଳ ଯୋଗାଣ ସମେତ ୧୧ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।
ଶନିବାର ରାଜ୍ୟ ସଚିବାଳୟଠାରେ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ଅନୁମୋଦନ ଲାଭ କରିଥିଲା । ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ମୋଟର ଯାନ ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ମୋଟର ଯାନ ରେଜିଷ୍ଟ୍ରେସନ ପାଇଁ ୫ ଟି ସ୍ଲାବ ଥିଲା । ପାଂଚ ଲକ୍ଷରୁ କମ୍ ମୂଲ୍ୟର ଗାଡି ଉପରେ ୬ ପ୍ରତିଶତ ରେଜିଷ୍ଟ୍ରେସନ ଫି ଲାଗୁଥିବା ବେଳେ ୫ରୁ ୧୦ ଲକ୍ଷ ମୂଲ୍ୟର ଗାଡି ଉପରେ ୮ ପ୍ରତିଶତ, ୧୦ରୁ୨୦ ଲକ୍ଷ ମୂଲ୍ୟର ଗାଡି ଉପରେ ୧୦ ପ୍ରତିଶତ, ୨୦ରୁ ୪୦ ଲକ୍ଷ ମୂଲ୍ୟର ଗାଡି ଉପରେ ୧୨ ପ୍ରତିଶତ ଓ ୪୦ ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ଗାଡି ଉପରେ ୨୦ ପ୍ରତିଶତ ଟିକସ ଲାଗୁ କରିଥିଲେ ସରକାର । ଏବେ ଏହାକୁ ୩ଟି ସ୍ଲାବ କରିବା ସହ ଟିକସ ହ୍ରାସ କରାଯାଇଛି । ପ୍ରଥମ ୨ଟି ସ୍ଲାବ ଅପରିବର୍ତିତ ଥିବା ବେଳେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ଗାଡି ଉପରେ ୧୦ ପ୍ରତିଶତ ଟିକସ ଲାଗିବ । ସେହିପରି ଏସି ବସରେ ଟିକସ ୧୦ ପ୍ରତିଶତ ହ୍ରାସ କରାଯାଇଛି । ଠିଆ ହୋଇ ଯାଉଥିବା ପାସେଞ୍ଜର ପ୍ରତିଶତ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଥିଲେ । ଆଇଟି କ୍ଷେତ୍ରରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୩୫ ପ୍ରତିଶତ ରିହାତି କରିଛନ୍ତି । ସରକାରୀ ଆଇଟି ଓକାକ୍, ଫରଚୁନ ଟାୱାର, ଇଡ୍କୋ ଟାୱାର, ଟାୱାର୨୦୦୦ ମଂଚେଶ୍ୱର, ଟାୱାର ୨୦୧୦ ମଂଚେଶ୍ୱର ଓ ଏସଟିପିଆଇ ଗୋଠପାଟଣାରେ ସରକାର ବର୍ଗ ଫୁଟ ୨୦ ଟଙ୍କାରେ ଅଫିସ ଯୋଗାଇ ଦେବେ । ତିନି ବର୍ଷ ପାଇଁ ଏହି ରିହାତି ରହିବ । ଶ୍ରମିକ ସେବା କ୍ୟାଡର ପୂର୍ନବିନ୍ୟାସ କରାଯାଇଛି । ବ୍ଲକ, ଏନଏସି ଓ ମୁନିସପାଲିଟିରେ ସହାୟକ ଶ୍ରମ ଅଧିକାରୀଙ୍କ ସଂଖ୍ୟ ୪୯୦କୁ ବୃଦ୍ଧି କରାଯିବ । ସେହିପରି ଜିଲ୍ଲା ଶ୍ରମ ଅଧିକାରୀ ପଦବୀ ୨କୁ ବୃଦ୍ଧି କରାଯାଇଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ କଲ୍ୟାଣକାରୀ କାର୍ଯ୍ୟ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ଅନ୍ୟ ଅଧିକାରୀ ଏନଫୋର୍ସମେଂଟ କଥା ବୁଝିବେ । ସହିପରି ଯୁଗ୍ମ ନିର୍ଦ୍ଦେଶକ ପଦବୀ ୨ଟି ଥିବାବେଳେ ୧୦କୁ ବୃଦ୍ଧି କରାଯିବ । ଅତିରିକ୍ତ ନିର୍ଦ୍ଦେଶକ ପଦବୀ ମଧ୍ୟ ବୃଦ୍ଧି କରାଯିବ । ସହାୟକ ଶ୍ରମ ଅଧିକାରୀଙ୍କ ନିଯୁକ୍ତି ଓପିଏସସି କରିବ । ବିଜି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନରେ ବାଦ ପଡିଥିବା ୧୨ ଲକ୍ଷ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯିବ । ପୂର୍ବରୁ ୫୭ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଏହି ସଂଖ୍ୟା ୬୯ ଲକ୍ଷକୁ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ବୀମା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ତା’ଛଡା ହିତାଧିକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ୪ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ପାଇପାରିବେ । ବୀମା କଂପାନୀର ପ୍ରମିୟମ ରାଶି ବୃଦ୍ଧି କରାଯିବ । ସେଥିପାଇଁ ରାଜ୍ୟ ସରକାରଙ୍କୁ ୧୪ କୋଟି ଟଙ୍କା ବହନ କରିବାକୁ ପଡିବ । ଓଡିଶା କଂଟିଜେନସୀ ପାଣ୍ଠି ୪୦୦ କୋଟି ଟଙ୍କାରୁ ୧୪ ଶହ କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କେନ୍ଦ୍ରରୁ ସ୍ୱଚ୍ଛ ଭାରତ ମିଶନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୮ ଶହ କୋଟି ଟଙ୍କା ଆସି ଯିବାରୁ ରାଜ୍ୟ ସରକାରଙ୍କ ଅଂଶ ଦେବାକୁ ସମସ୍ୟା ହେଲା । ଯେଉଁଥିପାଇଁ ଏହ କଂଟିଜେନସୀ ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମୁଖ୍ୟ ସଚିବ କହିଛନ୍ତି । ଏହି ବିଲ ଅର୍ଡିନାନ୍ସ ଦ୍ୱାରା କରାଯିବାକୁ ନିଷ୍ପତି ହୋଇଛି । ଓଡିଶା ଅମଲା ସେବା ନିଯୁକ୍ତିରେ ଯୋଗ୍ୟତା ବଅଦ୍ଧି କରାଯାଇଛି । ପୂର୍ବରୁ ଯୁକ୍ତ ୨ ଯୋଗ୍ୟତା ଥିବା ବେଳେ ଯୁକ୍ତ ୩ ରଖଯାଇଛି । ପୁରୀ ଜିଲ୍ଲାର ସତ୍ୟବାଦୀ, କୁଷ୍ଣପ୍ରସାଦ,କଣାସ ବ୍ରହ୍ମଗିରି ଓ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ କରାଯିବ । ଏହି ଯୋଜନାରେ ୩୮୭ କୋଟି ଟଙ୍କା ବ୍ୟୟ ହେବ । ୨.୯୦ ଲକ୍ଷ ଲୋକ ପିଇବା ପାଣି ପାଇବେ । ହାଇଦ୍ରାବାଦର ସଂସ୍ଥା ଜିଭିପିଆର ଇଞ୍ଜିନିୟରିଂକୁ ଏହି ଦାୟିତ୍ୱ ଦିଆଯାଇଛି । ଓଡିଶା ସମାଜ କଲ୍ୟାଣ ବୋର୍ଡର ପଦୋନ୍ନତି ସଂଶୋଧନ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ସେହପରି ୨୦୧୩-୧୪, ୨୦୧୪-୧୫ ଓ ୨୦୧୫-୧୬ ବର୍ଷ ପାଇଁ ଓପିଏସସି ସୁପାରିସକୁ ଅନୁମୋଦନ ଦିଆଯାଇଥିବା ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଥିଲେ ।