ଚୂଡାନ୍ତ ହୋଇଛି ବିଜେପି ପ୍ରାର୍ଥୀ ତାଲିକା

0
501
bja candidates finalised
bja candidates finalised
ଭୁବନେଶ୍ୱର : ବିଜେପି ବିଧାୟକ ଏବଂ ସାଂସଦ ମାନଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ବୋଲି ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ଉପଯୁକ୍ତ ସମୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ ।

 ଆସନ୍ତା ନିର୍ବାଚନ ପାଇଁ ବିଧାୟକ ଏବଂ ସାଂସଦ ମାନଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି। ଆସନ୍ତା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ । ଉପଯୁକ୍ତ ସମୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ । ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ କଂଗ୍ରେସର ଜନ ଜାଗରଣ ଯାତ୍ରା ସେ ଦଳକୁ ବଞ୍ଚାଇ ପାରିବ ନାହିଁ ।

ସେହିପରି ପୁରୀରେ ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି। ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାକୁ ବିଜେପି ନିନ୍ଦା କରୁଛି। ଆସ୍ଥା ପରମ୍ପରା ପାଇଁ ନିଷ୍ପତ୍ତି ନେବା ବେଳେ ଲୋକଙ୍କ ଭାବାବେଗକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି।