ସିବିଏସଇ ଦଶମ ରେଜଲ୍ଟ : ୪ ମିଳିତ ଟପ୍ପର

0
386
cbse 10th result
cbse 10th result
ଭୁବନେଶ୍ୱର : ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା ୪ ଜଣ ମିଳିତ ଟପ୍ପର ହୋଇଛନ୍ତି।  ଚଳିତ ବର୍ଷ ପାଖାପାଖି ୨୮ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଥିଲେ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କେନ୍ଦ୍ର ମାନବସମ୍ବଳ ସଚିବ ଅନିଲ ସ୍ୱରୁପ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଅପରାହ୍ଣ ୪ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚିତ କରାଯାଇଥିଲେ ମଧ୍ୟ ତା’ ପୂର୍ବରୁ ପରୀକ୍ଷା ପଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୫୦୦ ମାର୍କରୁ ୪୯୯ ନମ୍ବର ରଖି ୪ ଜଣ ମିଳିତ ଟପ୍ପର ହୋଇଛନ୍ତି।

ଛାତ୍ରଛାତ୍ରୀମାନେ ସେମାନଙ୍କ ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ବୋର୍ଡ ଦ୍ୱାରା ଦିଆଯାଇଥିବା ୱେବ୍‌ ସାଇଟ୍‌ www.results.nic.in, www.cbse.nic.in, www.results.gov.in ଓ www.cbse.examresults.nic.in ରେ ନିଜର ଫଳାଫଳ ଦେଖିପାରିବେ । ଏହା ବ୍ୟତୀତ ପ୍ରଥମଥର ପାଇଁ ଗୁଗୁଲ ଡଟ କମ ଓ ଉମଙ୍ଗ ଆପରେ ମଧ୍ୟ ଫଳ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର, ସ୍କୁଲ କୋଡ୍ ଓ ଜନ୍ମ ତାରିଖ ଦେଇ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

ଚଳିତ ବର୍ଷ ପାଖାପାଖି ୨୮ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୬ଲକ୍ଷ ଛାତ୍ରଛାତ୍ରୀ ଅଲ ଇଣ୍ଡିଆ ସେକେଣ୍ଡାରୀ ସ୍କୁଲ ଏଗଜାମ୍ (ଏଆଇଏସ୍ଏସ୍ଇ) ଅର୍ଥାତ ୧୦ଶ୍ରେଣୀ ପରୀକ୍ଷା ଦେଇଥିଲେ । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗତ ମଇ ୨୬ ତାରିଖରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ପାସ୍ ହାର ୮୩.୦୧ ପ୍ରତିଶତ ରହିଥିଲା ।