ଲାଗିବ ସିସିଟିଭି : ପରୀକ୍ଷା କେନ୍ଦ୍ର ହେବ ଜିରୋ କପି ଜୋନ

0
340
-exam on cctv
-exam on cctv
ଭୁବନେଶ୍ୱର :  ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ର ହେବ ଜିରୋ କପି ଜୋନ । ସବୁ ପରୀକ୍ଷା କେନ୍ଦ୍ରରେ  ଲଗାଯିବ  ସିସିଟିଭି ।  ୨୦୧୮-୧୯ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା କରାଯିବ।

ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଣିକି  ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ପାଇଁ ନିଷ୍ପତି ନିଆଯାଇଛି। ୨୦୧୮-୧୯ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା କରାଯିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେବା ସହ ‘ଜିରୋ କପି ଜୋନ’ କରିବାକୁ ସମସ୍ତ ମାଟ୍ରିକ, +୨ ପରୀକ୍ଷା ପରୀକ୍ଷା କେନ୍ଦ୍ରମାନଙ୍କରେ ସିସିଟିଭି ଲଗାଯିବା ନେଇ ସେ କହିଛନ୍ତି।

ପ୍ରତିବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କପି ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ ଗଠନ ହେଉଥିଲେ ମଧ୍ୟ ଅନେକ ଛାତ୍ରଛାତ୍ରୀ କପି କରି ଧରାପଡୁଛନ୍ତି। ତେବେ ଏହାକୁ ରୋକିବାକୁ ସରକାର ଏହି ନୂଆ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଗଲେ କପି ରୋକିବା ସହ ଶିକ୍ଷକଙ୍କ ମତିଗତି ଓ ମୋବାଇଲ ବ୍ୟବହାର ଉପରେ ମଧ୍ୟ ନଜର ରଖାଯାଇପାରିବ।