ନୂଆଦିଲ୍ଲୀ : ଚନ୍ଦା କୋଚରଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳକ ଅଫିସର(ସିଓଓ) ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସନ୍ଦୀପ ବକ୍ସିଙ୍କୁ ନିଯୁକ୍ତି ଦିଆଯାଇଛି।
ଭିଡିଓକନ ଲୋନ ବିବାଦ ମାମଲାରେ ଅଭିଯୋଗର ସାମ୍ନା କରୁଥିବା ଚନ୍ଦା କୋଚରଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳକ ଅଫିସର(ସିଓଓ) ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସନ୍ଦୀପ ବକ୍ସିଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଯାଞ୍ଚ ପୁରା ନହେବା ପର୍ୟ୍ୟନ୍ତ କୋଚର ଛୁଟିରେ ରହିବେ।
ଆଇସିଆଇସିଆଇ ବୋର୍ଡର ବୈଠକ ପରେ ଜାରି ବୟାନରେ କୁହାଯାଇଛି ଯେ ଚନ୍ଦା କୋଚର ସିଇଓ/ ପ୍ରବନ୍ଧକ ନିର୍ଦ୍ଦେଶକ ପଦରେ ରହିବେ। କୋଚରଙ୍କ ଅନୁପସ୍ଥିତିରେ ସିଓଓ ସନ୍ଦୀପ ବକ୍ସି ବୋର୍ଡକୁ ସୂଚିତ କରାଇବେ। ଏହା ବ୍ୟତୀତ ବ୍ୟାଙ୍କର ପୁରା କାରବାର ଓ କର୍ପୋରେଟ୍ କାର୍ୟ୍ୟ ବକ୍ସି ସମ୍ଭାଳିବେ। ବୋର୍ଡର ସମସ୍ତ ଅଧିକାରୀ କାର୍ୟ୍ୟକାରୀ ନିର୍ଦ୍ଦେଶକ ଓ ପ୍ରବନ୍ଧନ ସନ୍ଦିପ ବକ୍ସିଙ୍କୁ ସୂଚନା ଦେବେ।
ଭିଡିଓକନ ଗ୍ରୁପକୁ ଲୋନ ଦେବାରେ ବ୍ୟକ୍ତିଗତ ଆର୍ଥିକ ଲାଭ ପାଇଥିବା ଚନ୍ଦା କୋଚର ଓ ତାଙ୍କ ପରିବାର ଉପରେ ଅଭିଯୋଗ ହୋଇଛି। ଏହା ପରେ ବ୍ୟାଙ୍କ ଚନ୍ଦାଙ୍କ ବିରୋଧରେ ଲୋନ ବିତରଣରେ ବ୍ୟକ୍ତିଗତ ଆର୍ଥିକ ଲାଭ ହାସଲ କରିବା ଅଭିଯୋଗରେ ଯାଞ୍ଚର ଆଦେଶ ଦେଇଛନ୍ତି।