ଚନ୍ଦା କୋଚର ଓ ଆଇସିଆଇସିଆଇ ବ୍ୟାଙ୍କ ସହ ଜଡ଼ିତ ମାମଲାକୁ ସେବି ବ୍ୟତୀତ ଆରବିଆଇ ଓ କର୍ପୋରେଟ୍ ମନ୍ତ୍ରଣାଳୟ ମଧ୍ୟ ଦେଖୁଛନ୍ତି। ସିବିଆଇ ମାର୍ଚ୍ଚରେ ହିଁ କୋଚରଙ୍କ ପତି ଦୀପକ କୋଚରଙ୍କ ବିରୁଦ୍ଧରେ ପ୍ରାରମ୍ଭିକ ଯାଞ୍ଚ(ପିଇ) ରୁଜୁ କରିଥିଲା ଓ ଏପ୍ରିଲରେ କୋଚରଙ୍କ ଦିଅରଙ୍କୁ ମଧ୍ୟ ଜେରା କରାଯାଇଥିଲା।
ଆଇସିଆଇସିଆଇ ବ୍ୟାଙ୍କର ବୋର୍ଡ ଭିସଲ ବ୍ଲୋଅର ଅରବିନ୍ଦ ଗୁପ୍ତାଙ୍କ ଅଭିଯୋଗ ପରେ ସିବିଆଇ ଏହି ମାମଲାର ସ୍ଵତନ୍ତ୍ର ଯାଞ୍ଚ କରିବାକୁ ଆଦେଶ ଦେଇଥିଲା। ଯେଉଁ ମାମଲାର ଯାଞ୍ଚ ଜାରି ରହିଛି ସେଥିରେ ଭିଡିଓକନ ଗ୍ରୁପକୁ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ଦିଆଯାଇଥିବା ୩,୨୫୦ କୋଟି ଟଙ୍କା ଋଣ ମାମଲା ମଧ୍ୟ ସାମିଲ। ଏହି ଋଣ ମୋଟ୍ ୪୦ ହଜାର କୋଟି ଟଙ୍କା ମାମଲାର ଏକ ଅଂଶ ଅଟେ।
ଯାହାକୁ ଭିଡ଼ିଓକନ ଗ୍ରୁପ ଏସବିଆଇ ନେତୃତ୍ଵରେ ୨୦ଟି ବ୍ୟାଙ୍କରୁ ଏହି ୪୦ ହଜାର କୋଟି ଟଙ୍କା ଋଣ ନେଇଥିଲା। ଭିଡିଓକନ ଗ୍ରୁପର ଚେୟାରମ୍ୟାନ ବେଣୁଗୋପାଳ ଧୂତଙ୍କ ଉପରେ ଅଭିଯୋଗ ହୋଇଛି ଯେ ସେ ୨୦୧୦ରେ ୬୪ କୋଟି ଟଙ୍କା ନ୍ୟୁପାଓ୍ଵାର ରିନ୍ୟୁଏବଲ ପ୍ରାଇଭେଟ୍ ଲିମିଟେଡ(ଏଆରପିଏଲ)କୁ ଦେଇଥିଲେ।