ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ : ଆସନ୍ତା କାଲି ହେବ ବନକ ଲାଗି

0
372
Jagannath-temple
Jagannath-temple
ପୁରୀ  :  ଆଜି ଶ୍ରୀମନ୍ଦିରରେ ହେଉଛି ଖଳିଲାଗି । ଆସନ୍ତାକାଲି ବନକ ଲାଗି କରାଯିବ । ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ରଥଯାତ୍ରା ପାଇଁ  ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ହୋଇଉଠିଛି ଚଳଚଂଚଳ ।

 ଜୁଲାଇ ୧୪ ତାରିଖ ଶନିବାର ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଶୁକ୍ରବାର ୩ଘଣ୍ଟା ପାଇଁ ମିଳିବ ନବଯୌବନ ଦର୍ଶନର ସୁଯୋଗ । ଏହାପରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ନେତ୍ରୋତ୍ସବ ବନ୍ଦାପନା କରାଯିବ । ତା ପରଦିନ ରଥଯାତ୍ରା ପାଇଁ ପ୍ରସ୍ତୁତି ହେବେ ପ୍ରଭୁ । ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଦଶମୂଳ ବଟି ଓ ଗୁପ୍ତ ସେବାରେ ସୁସ୍ଥ ହୋଇଛନ୍ତି । ଆଜି ଶ୍ରୀମନ୍ଦିରରେ ହେଉଛି ଖଳିଲାଗି ।

ଆସନ୍ତାକାଲି ବନକ ଲାଗି କରାଯିବ । ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ସଜାଇ ହେଉଛି । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ହୋଇଉଠିଛି ଚଳଚଂଚଳ । ଆଷାଢ ଶୁକ୍ଲ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନବଦିନ ବ୍ୟାପୀ ଘୋଷଯାତ୍ରାରେ ଯିବେ । ଶରଧା ବାଲିରେ ଗଡ଼ିବ ତିନି ରଥ । ରଥଯାତ୍ରା ଆଉ ଦୁଇଦିନ ବାକି । ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖାଯାଉଛି ।

ଶ୍ରୀକ୍ଷେତ୍ରରେ ମଙ୍ଗଳବାର ରାଜପ୍ରସାଦ ବିଜେ ନୀତି ଅନୁସୃତ ହୋଇଛି । ସେବକମାନେ ରାଜପ୍ରସାଦକୁ ଯାଇ ଚତୁର୍ଦ୍ଦାମୂର୍ତ୍ତିଙ୍କ ସୁସ୍ଥ ଖବର ଜଣାଇଛନ୍ତି । ଗୁରୁବାର ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର ହେବ । ଶୁକ୍ରବାର ନେତ୍ରୋତ୍ସବରେ ପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ । ତେଣେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ବିଶ୍ୱକର୍ମା ସେବକମାନଙ୍କ ମଧ୍ୟରେ ଉତ୍ସାହ ବାରି ହୋଇଯାଇଛି ।