ମୁମ୍ବାଇ : ମୁମ୍ବାଇରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫାୟର ବ୍ରିଗେଡ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ମୁମ୍ବାଇର ଘାଟକୋପର ଜନଗହଳିପୂର୍ଣ୍ଣ ଇଲାକାରେ ଗୁରୁବାର ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଓ ଜଣେ ଲୋକ ସାମିଲ ଅଛନ୍ତି। ବିମାନ ଯେଉଁ ସମୟରେ ଦୁର୍ଘଟଣାର ଶିକାର ହେଲା ସେହି ଜାଗାରେ ଲୋକଙ୍କ ଯିବା ଅାସିବା ଲାରି ରହିଥିଲା। ପାଇଲଟଙ୍କ ବ୍ୟତୀତ ଏହି ବିମାନରେ ଦୁଇ ଜଣ ଟେକ୍ନିସିଆନ ମଧ୍ୟ ବସିଥିଲେ। ଫାୟର ବ୍ରିଗେଡର ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛି।
ଉଲ୍ଲେଖଯୋଗ୍ୟ ଭିଟି-ୟୁପିଜେଡ୍ ବିମାନ ୨୦୧୪ ପର୍ୟ୍ୟନ୍ତ ୟୁପି ସରକାରର ଥିଲା। ଏହି ବିମାନରେ ପ୍ରକୃତରେ କେତେ ଜଣ ଯାତ୍ରା କରୁଥିଲେ ତାର ସଠିକ୍ ସୂଚନା ମିଳି ପାରିନାହିଁ। ନଗର ବିମାନ ମହା ନିର୍ଦ୍ଦେଶାଳୟ ମୁତାବକ ଦୁର୍ଘଟଣାଗ୍ରସ୍ଥ ବିମାନରେ ଦୁଇ ଜଣ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଓ ସଡ଼କରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।