ଆଇପିଏଲ ୨୦୧୮: ଚେନ୍ନାଇ ସୁପର କିଙ୍ଗସ ଚାମ୍ପିଅନ

0
439
chennai super kings champion
chennai super kings champion

ମୁମ୍ବାଇ :  ଆଇପିଏଲ-୨୦୧୮ର ଫାଇନାଲ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ୮ ୱିକେଟରେ ବିଜୟ ହାସଲ କରିଛ ିଚେନ୍ନାଇ ସୁପର କିଙ୍ଗସ । ସେନ ୱାଟସନଙ୍କ ଧୁଆଁଧାର ରନ ଯୋଗୁ ଚେନାଇ ସୁପର କିଙ୍ଗସକୁ ବିଜୟ ଲାଭ ହୋଇଛି । ୱାଟସନ ୫୭ ବଲରେ ୧୧୭ ରନ କରି ନଟଆଉଟ ରହିଥିବାବେଳେ ଅମ୍ବାତି ରାୟିଡୁ ୧୯ ବଲରେ ୧୬ ରନ କରି ଅପରାଜିତ ରହିଥିଲେ । ସୁରେଶ ରାଇନା ୨୪ ବଲରେ ୩୨ ରନ କରିଥିବାବେଳେ ଫାପ ଡୁ ପ୍ଲେସିସ ୧୧ ବଲରେ ୧୦ ରନ କରିଥିଲେ । ୧୮.୩ ଓଭରରେ ୨ ୱିକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ଅନ୍ୟ ପକ୍ଷରେ ସନ୍ଦିପ ଶର୍ମା ୪ ଓଭରରେ ୫୧ ରନ ଦେଇ ଗୋଟିଏ ୱିକେଟ ନେଇଥିବାବେଳେ କାର୍ଲୋସ ବ୍ରାଥୱେଟ ୨.୩ ଓଭରରେ ୨୭ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ।

ଆଇପିଏଲ ସିଜିନ ୧୧ର ନିର୍ଣ୍ଣାୟକ ମୁକାବିଲାରେ ୟୁସୁଫ ପଠାନଙ୍କ ମହତ୍ଵପୂର୍ଣ୍ଣ ପାଳି ବଳରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପରିକିଙ୍ଗ୍ସକୁ  ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଛି। ପାଳିର ୧୩ ତମ ଓଭରରେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିବା ୟୁସୁଫ ପଠାନ ନିଜ ଦଳ ପାଇଁ  ୪୫ ରନର ଉପଯୋଗୀ ପାଳି ଖେଳିଛନ୍ତି। ନିଜର ଏହି ପାଳିରେ ସେ ୨ ଛକା ଓ ୪ ଚୌକା ମାରିଛନ୍ତି। ଅନ୍ତିମ ଓଭର ଆଡ଼କୁ କାର୍ଲୋସ ବ୍ରେଥଓ୍ଵେଟ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ।  ବ୍ରେଥଓ୍ଵେଟ୍ ୧୧ଟି ବଲରୁ ଦ୍ରୁତ ୨୧ ରନ କରିଥିଲେ। ଅଧିନାୟକ କେନ ଓ୍ଵିଲିୟସନ ମଧ୍ୟ  ୪୭ ରନର ପାଳି ଖେଳିଛନ୍ତି।  ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା, କର୍ଣ୍ଣ ଶର୍ମା, ଲୁଙ୍ଗି ଏନଗିଡି, ଡ୍ରେନ ବ୍ରାଭୋ ଓ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି। ଏହି ମ୍ୟାଚ୍ ଜିତିଲେ ଚେନ୍ନାଇ ତୃତୀୟ ଥର ଆଇପିଏଲ ବିଜେତା ହେବ। ଅନ୍ୟ ପଟେ ଏହି ମୁକାବିଲା ଜିତିଲେ ସନରାଇଜର୍ସ ଦ୍ଵିତୀୟ ଥର ଆଇପିଏଲ ଟାଇଟଲ ହାସଲ କରିବ।

ଏହା ପୂର୍ବରୁ ଚେନ୍ନାଇ ଟସ୍  ଜିତି  ହାଇଦ୍ରାବାଦକ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସନରାଇଜର୍ସର ଆରମ୍ଭ କିଛି ଖାସ ନଥିଲା ଏବଂ ମ୍ୟାଚର ଦ୍ଵିତୀୟ ଓଭରରେ ଶ୍ରୀବତ୍ସ ଗୋସ୍ଵାମୀ(୫) ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ପ୍ରଥମ ଓ୍ଵିକେଟ୍ ପଡ଼ିବା ପରେ ଅଧିନାୟକ କେନ ଓ୍ଵିଲିୟମସନ ଶିଖର ଧାଓ୍ଵନଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡିଥିଲେ। ଦୁଇ ବ୍ୟାଟସମ୍ୟାନ ପାଳିକୁ ଆଗକୁ ବଢାଇଥିଲେ ଏବଂ ସ୍କୋର ୬୪ରେ ପହଞ୍ଚିଥିଲା।

ଏହା ପରେ ଅଧିନାୟକ ଧୋନୀ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂ କରିବାକୁ ଦେଇଥିଲେ ଏବଂ ଜାଡେଜା ପ୍ରଥମ ଓଭରରେ ଶିଖର ଧାଓ୍ଵନ(୨୬)ଙ୍କୁ ବୋଲ୍ଡ କରିଥିଲେ। ୬୪ ସ୍କୋରରେ ସନରାଇଜର୍ସ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ଧାଓ୍ଵନ ଧିମା ପାଳି ଖେଳି ୨୫ଟି ବଲରୁ ୨ ଚୌକା ଓ ଏକ ଛକା ବଳରେ ୨୬ ରନ କରିଥିଲେ। ତୃତୀୟ ଓ୍ଵିକେଟରେ କେନ ଓ୍ଵିଲିୟମସନଙ୍କୁ  ସହ ସ୍କୋରକୁ ଆଗେଇ ନେବା ପାଇଁ କ୍ରିଜକୁ ଆସିଥିବା ସାକିବ ଉଲ ହାସନ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ଏହା ମଧ୍ୟରେ ଓ୍ଵିଲିୟମସନ କର୍ଣ୍ଣ ଶର୍ମାଙ୍କ ପ୍ରଥମ ବଲରେ ଚକମା ଖାଇଥିଲେ ଏବଂ ଷ୍ଟମ୍ପିଂ ହୋଇଥିଲେ। ସେ ୩୬ଟି ବଲରୁ  ୫ ଚୌକା ଓ ୨ଟି ଛକା ବଳରେ ୪୭ ରନର ପାଳି ଖେଳିଥିଲେ।

ଓ୍ଵିଲିୟମସନଙ୍କ ଆଉଟ୍ ପରେ ସାକିବ ଉଲ ହାସନ ଓ ୟୁସୁଫ ପଠାନ ବ୍ୟାଟିଂ ଭାର ନିଜ କାନ୍ଧକୁ ନେଇ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଜାରି ରଖିଥିଲେ।  ଏହି କ୍ରମରେ ୧୫ଟି ବଲରୁ ୨୩ ରନ କରି ସାକିବ ଡ୍ଵେନ ବ୍ରାଭୋଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଦୀପକ ହୁଡ୍ଡା ୩ ରନ କରି ପାଭିଲିୟନ ଫେରିଥିଲେ।

ମାତ୍ର ଶେଷ ଆଡକୁ ୟୁସୁଫ ପଠାନ ଓ କାର୍ଲୋସ ବ୍ରାଥଓ୍ଵେଟ୍ ଦ୍ରୁତ ବ୍ୟାଟିଂ କରି ଦଳକୁ ନିର୍ଦ୍ଧାରିତ ଓଭରରେ ୧୭୮ରେ ପହଞ୍ଚାଇଥିଲେ। ବ୍ରାଥଓ୍ଵେଟ୍ ୧୧ଟି ବଲରୁ ୩ ଛକା ବଳରେ ୨୧ ରନର ଦ୍ରୁତ ପାଳି ଖେଳିଥିଲେ। ଅନ୍ୟ ପଟେ ୟୁସୁଫ  ୨୫ଟି ବଲରୁ ୪ ଚୌକା ଓ ୨ ଛକା ବଳରେ ୪୫ ରନର ଅପରାଜିତ ପାଳି ଖେଳିଥିଲେ।