ଶିଶୁସୁରକ୍ଷା ଅଧିକାରୀଙ୍କ ଘରେ ଶୈଶବ ଲୁଣ୍ଠିତ

0
227
child labour
child labour
ଭୁବନେଶ୍ୱର : ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟରତ ଅଧିକାରୀଙ୍କ ଘରେ  ଶୈଶବ ଲୁଣ୍ଠିତ । ଆଠବର୍ଷର ଝିଅକୁ ଉଦ୍ଧାର ପରେ  ଏ  ଭଳି ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ।
ଶିଶୁ ସୁରକ୍ଷା ଯୋଜନା ପ୍ରଣୟନରେ ରାଜ୍ୟ ହୋଇଛି ଜାତୀୟ ସ୍ତରରେ ପ୍ରଥମ, କିନ୍ତୁ ଏପଟେ ଶିଶୁସୁରକ୍ଷାର ଓଲଟା ସ୍ଥିତି ଦେଖିବାକୁ ମିଳିଛି ରାଜ୍ୟରେ ।  ସୋମବାର ପୋଲିସ ଓ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଭୁବନେଶ୍ୱର ରେଳଷ୍ଟେସନରୁ ଏକ ଆଠବର୍ଷର ଝିଅକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଝିଅଟି ବେଶ କିଛି ମାସ ଧରି ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକଙ୍କ ଘରେ କାମ କରୁଥିବା ଭଳି ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ଝିଅଟି ସଂପୃକ୍ତା ଶିଶୁସୁରକ୍ଷା ଅଧିକାରୀଙ୍କ ଘରେ ଛୋଟ ପିଲାର ଯତ୍ନ ନେବା, ଘର ସଫା, ବାସନ ମଜା ଓ ରାତିରେ ଗୋଡ଼ ମୋଡ଼ାରେ ନିୟୋଜିତ ଥିବା କଥା ଜଣାପଡ଼ିଛି । ଏ କେଉଁ ପ୍ରକାର ଶିଶୁ ସୁରକ୍ଷା ବୋଲି ଉଠିଛି ପ୍ରଶ୍ନ ।