ଚିଲିକା ଡଙ୍ଗାବୁଡ଼ି : ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

0
379
minister dr.nrusingha sahoo
minister dr.nrusingha sahoo
ବାଲୁଗାଁ : ଚିଲିକା ଡଙ୍ଗାବୁଡି ଘଟଣା ତଦନ୍ତ କରାଯିବ । ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି  ପରିବହନ ମନ୍ତ୍ରୀ ନୃଂସିଂହ ସାହୁ । ଅଘଟଣକୁ କିପରି ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଚିଲିକା ଡଙ୍ଗାବୁଡି ଘଟଣାରେ ପରିବହନ ମନ୍ତ୍ରୀ ନୃଂସିଂହ ସାହୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଳ ପରିବହନ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଡଙ୍ଗାର ଲାଇସେନ୍ସ , ପଂଜୀକରଣ ଓ ଲାଇଫ ଜାକେଟକୁ ନେଇ ତଦନ୍ତ କରାଯିବ ।

ଶ୍ରୀ  ସାହୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବାଜିରାଉତ ନୌ ସୁରକ୍ଷା ଯୋଜନା ସରକାରଙ୍କ ତରଫରୁ କରାଯାଇଥିବାବେଳେ ଏହାକୁ ତଦନ୍ତ ପରିସରଭୁକ୍ତ କରାଯିବ  ।  ଏହି ଅଘଟଣ କିପରି ଘଟିଲା ଓ ଏହି ଅଘଟଣକୁ କିପରି ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଶନିବାର ସଂଧ୍ୟାରେ କାଳବୈଶାଖୀରେ ଡଙ୍ଗାବୁଡ଼ି ଯିବାରରୁ ଦୀର୍ଘ ୧୭ ଘଂଟାର ସର୍ଚ୍ଚ ଅପରେସନ ପରେ ମୋଟ ୬ ଜଣଙ୍କର ଶବ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଡଙ୍ଗା ମାଲିକକୁ ମଧ୍ୟ ଗତକାଲି ଗିରଫ କରାଯାଇଛି ।