ଚିଟଫଣ୍ଡ ଲିଙ୍କ୍ : ଅଭିନେତା ଶ୍ରୀତମ୍ ଦାସଙ୍କୁ ଇଡିର ଜେରା

0
448
actor sritam das-questioned by ed
actor sritam das-questioned by ed
ଭୁବନେଶ୍ୱର : ଚିଟଫଣ୍ଡ ଲିଙ୍କ୍ ସଂକ୍ରାନ୍ତରେ  ଅଭିନେତା ଶ୍ରୀତମ୍ ଦାସଙ୍କୁ ଇଡିର ଜେରା କରିଛି । ଓଡିଆ ଚଳଚ୍ଚିତ୍ର “ତୁ ଥା ମୁଁ ଯାଉଛି ରୁଷି’ରେ ଚିଟଫଣ୍ଡ ଟଙ୍କା ଲାଗିଥିବା ସଂକ୍ରାନ୍ତରେ ଶ୍ରୀତମ୍ ଦାସଙ୍କୁ ପଚରାଉଚରା ଲାଗି ଇଡି ସମନ କରିଥିବା ସୂଚନା ମିଳିଛି ।

ଓଲିଉଡ ଅଭିନେତା ଶ୍ରୀତମ୍ ଦାସ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇଛନ୍ତି । ସେଠାରେ ତାଙ୍କୁ ଜେରା କରାଯାଇଛି । ତାଙ୍କ ଅଭିନୀତ ଓ ନିର୍ଦେଶିତ ଓଡିଆ ଚଳଚ୍ଚିତ୍ର “ତୁ ଥା ମୁଁ ଯାଉଛି ରୁଷି’ରେ ଚିଟଫଣ୍ଡ ଟଙ୍କା ଲାଗିଥିବା ସଂକ୍ରାନ୍ତରେ ଶ୍ରୀତମ୍ ଦାସଙ୍କୁ ପଚରାଉଚରା ଲାଗି ଇଡି ସମନ କରିଥିବା ସୂଚନା ମିଳିଛି । ଷ୍ଟାର କନସଲଟାନସି ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ତ୍ରିବେଣୀ ମହାନ୍ତି ।

ସେହିପରି ସିସୋର ଚିଟଫଣ୍ଡ ସଂସ୍ଥାର ସିଏମଡି ପ୍ରଶାନ୍ତ ଦାସଙ୍କୁ ମଧ୍ୟ ଦ୍ୱିତୀୟ ଦିନରେ ପୁଣି ଥରେ ଜେରା କରିଛି ସିବିଆଇ । ଗତକାଲି ମଧ୍ୟ ପ୍ରଶାନ୍ତ ସିବିଆଇରେ ହାଜର ହୋଇଥିଲେ । ସୋମବାର ସି-ସୋର ମାମଲାରେ ସିବିଆଇ ଆଇଏଏସ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ଦୀର୍ଘ ୩ ଘଂଟା ଧରି ଜେରା କରିଥିଲା । ସେ ଓଟିଡିସିର ପୂର୍ବତନ ଜେନେରାଲ ମ୍ୟାନେଜର ଥିବା ବେଳେ ପର୍ଯ୍ୟଟନ ପ୍ରକଳ୍ପ ନେଇ ପଚରା ଉଚୁରା କରିଥିଲେ । ଏହି ଘଟଣାରେ ଆଇଏଏସ ଅଫିସର ପରାଗ ଗୁପ୍ତା ଏବଂ ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ସମନ୍ କରିଥିଲା ।