ଚିଲିକାରେ ଉଡାଣ ନେଇ ଡିଜିସିଏ କ୍ଲିନଚିଟ୍

0
628
helicoptor
helicoptor
ଭୁବନେଶ୍ୱର : ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣରେ କୌଣସୀ ପ୍ରକାର ଆଇନ ଉଲଙ୍ଘନ ହୋଇ ନଥିବା କହି ସିଭିଲ ଆଭିଏସନ ମହାନିର୍ଦ୍ଦେଶକ ବା ଡିଜିସିଏ ଆଜି କ୍ଲିନଚିଟ୍ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଲା ବୈଜୟନ୍ତଙ୍କ ହେଲିକପ୍ଟର । ହ୍ୟାଙ୍ଗର ଉପରେ ସରକାରଙ୍କ ତରଫରୁ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଛ ସାବ୍ୟସ୍ତ ହେଲା । ଚିଲିକାରେ ଉଡାଣ ନେଇ ପୂର୍ବତନ ସାଂସଦଙ୍କ ହେଲିକପ୍ଟର ସିଜ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ।

ଡିଜିସିଏ ଏହି ବାବଦରେ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ତଦନ୍ତ ଏବଂ କ୍ଲିନଚିଟ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି  । ଆହୁରି ଉଲ୍ଲେଖ ଅଛି ଯେ ହେଲିକପ୍ଟର କୌଣସୀ ସ୍ଥାନରେ ନ ଓହ୍ଲାଇ ଏକାଦିକ୍ରମେ ଉଡିଥିଲା । ଭୁବନେଶ୍ୱରରୁ ବାହାରି ପୁରୀ ଏବଂ କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା । ଏପରି କି ଉଡାଣ ସମ୍ପର୍କିତ ଟାଇମିଂରେ କୌଣସୀ ପ୍ରକାର ତ୍ରୁଟି ନଥିବା ଜଣାପଡିଛି । ଏହାସହ ଚପର୍ ବିପଦପୂର୍ଣ୍ଣ ଭାବେ ତଳକୁ ଆସି ନଥିଲା ।

ଚିଲିକା ଉପରେ ବେଆଇନ ଉଡାଣକୁ ଖଣ୍ଡନ କରିଛନ୍ତି ଡିଜିସିଏ । କୌଣସି ଗାଇଡଲାଇନ ଉଲଙ୍ଘନ ହୋଇ ନଥିବା ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି । ଡିଜିସିଏଙ୍କ କ୍ଲିନଚିଟ ପରେ ଅଡୁଆରେ ପଡିଛନ୍ତି ରାଜ୍ୟ ସରକାର । ବୈଜୟନ୍ତଙ୍କୁ ଫସାଇବା ଷଡଯନ୍ତ୍ରରେ ସରକାରଙ୍କୁ ଏକ ଶକ୍ତ ଧକ୍କା ଲାଗିଥିବା ଆଲୋଚନା ହେଉଛି ।

ସୂଚନାଯୋଗ୍ୟ କି, ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ ବେଆଇନ ଉଡାଣ କରିଥିବା ରାଜ୍ୟ ସରକାରଙ୍କ ତରଫରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲିସ ପୂର୍ବତନ ସାଂସଦଙ୍କ ତିନୋଟି ହେଲିକପ୍ଟରକୁ ସିଜ୍ କରିଥିଲା ।

Leave a Reply