୬ଟି ଜିଲ୍ଲାର ୧୦୭୭ ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0
363
cm naveen patnaik
cm naveen patnaik
ଭୁବନେଶ୍ୱର : ୬ଟି ଜିଲ୍ଲାର ୬ଟି ବ୍ଲକ୍‌ର ୧୨୨ଟି ପଂଚାୟତ ପାଇଁ ୧୦୭୭ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୨୮.୯୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ୍‌ର ୧୨୨ଟି ପଂଚାୟତ ପାଇଁ ୧୦୭୭ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି ।  ଗଂଜାମ ପାତ୍ରପୁର, ଭଦ୍ରକ ବନ୍ତ, କଟକ ବାରଙ୍ଗ, କଳାହାଣ୍ଡି ଥୁଆମୁଳ ରାମପୁର, ଗଜପତି ଗୋଷାଣୀ ଓ ସୋନପୁର ଜିଲ୍ଲାର ବୀରମହାରାଜପୁର ପାଇଁ ପ୍ରକଳ୍ପ ମଂଜୁର କରାଯାଇଛି ।

ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ର ୨୩ଟି ପଂଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ୨୫ଟି ପଂଚାୟତ ପାଇଁ ୬.୧୫ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, କଟକ ଜିଲ୍ଲା ବାରଙ୍ଗ ବ୍ଲକ୍‌ର ୧୬ଟି ପଂଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ୍‌ର ୨୪ଟି ପଂଚାୟତ ପାଇଁ ୪.୪୦ କୋଟି ଟଙ୍କାରେ ୨୫୨ଟି ପ୍ରକଳ୍ପ, ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍‌ର ୨୦ଟି ପଂଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ ଓ ସୋନପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ୍‌ର ୧୪ଟି ପଂଚାୟତ ପାଇଁ ୩.୫୫ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।