ଭୁବନେଶ୍ୱର : ଲଗାଣ ବର୍ଷାରେ ରାଜ୍ୟରେ ଦେଖାଯାଇଥିବା ବନ୍ୟା ସ୍ଥିତି ସହ ରାଜଧାନୀ ଭୁବନେଶ୍ୱର ଏବଂ କଟକର ପାଣି ନିଷ୍କାସନ ଏବଂ କୃତିମ ବନ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସଚ୍ଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇଛନ୍ତି ।
ଭାସୁଛି ଓଡିଶା । ବିଭିନ୍ନ ସ୍ଥାନରେ ବନ୍ୟା ସହ ମାଟି ଅତଡା ଖସି ଯାତାୟତ ଠପ୍ ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ପରିସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସଚ୍ଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକିଛନ୍ତି ।
ଏହି ବୈଠକରେ ରାଜ୍ୟରେ ଦେଖାଯାଇଥିବା ବନ୍ୟା ସ୍ଥିତି ସହ ରାଜଧାନୀ ଭୁବନେଶ୍ୱର ଏବଂ କଟକର ପାଣି ନିଷ୍କାସନ ଏବଂ କୃତିମ ବନ୍ୟା ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।