କୃଷି ଭବନ ନିର୍ମାଣ ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0
386
naveen visit agri vawan
naveen visit agri vawan
ଭୁବନେଶ୍ୱର : କୃଷି ଭବନ ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟ ଅତିଥି ଭବନ ନିକଟରେ ନିର୍ମାଣଧୀନ ଥିବା କୃଷି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରିଛନ୍ତି । ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ବିଭାଗୀୟ କର୍ତ୍ତୃପକ୍ଷ , ନିର୍ଦ୍ଦେଶକ, ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧିକାରୀ ଓ ପୂର୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।