ଶେଷାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0
249
cm naveen felicitate
cm naveen felicitate
ଭୁବନେଶ୍ୱର : ନିଷ୍ଠା ଓ ଅଧ୍ୟବସାୟ ଆଗରେ ଗରିବୀ କିଭଳି ହାରିଯାଏ ତାହା ପୁଣି ଥରେ ଶେଷାଙ୍କ ଜୀବନ ସଂଘର୍ଷରୁ ପ୍ରମାଣିତ ହୋଇଛି ।

 ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକର ଛୋଟ ଏକ ଗାଁ ବଳସିଂହା । ସେହି ଗାଁର ସାଧାରଣ ଚାଷୀ ପରିବାରର ପିତୃମାତୃହୀନ ଜଣେ ଯୁବକ ଶେଷାକିଷାନ ନିଜ ଶ୍ରେଷ୍ଠତାର ପ୍ରଦର୍ଶନ କରାଇ ସାରା ରାଜ୍ୟ ପାଇଁ ଆଣି ଦେଇଛନ୍ତି ଗର୍ବ । ନିଷ୍ଠା ଓ ଅଧ୍ୟବସାୟ ଆଗରେ ଗରିବୀ କିଭଳି ହାରିଯାଏ ତାହା ପୁଣି ଥରେ ଶେଷାଙ୍କ ଜୀବନ ସଂଘର୍ଷରୁ ପ୍ରମାଣିତ ହୋଇଛି ।

ଶେଷା ନିଜ ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ । ବିଲ ବାଡ଼ିରେ ମଧ୍ୟ ତାଙ୍କୁ କାମ କରିବାକୁ ପଡ଼ୁଥିଲା । ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀଯାଏ ସେ ଜବାହାର ନବୋଦୟ ବିଦ୍ୟାଳୟରେ ପଢିଥିଲେ । ଦ୍ୱାଦଶ ଶ୍ରେଣୀରେ ସେ ନେଷ୍ଟ ପରୀକ୍ଷାରେ ସଫଳ ହୋଇଥିଲେ ହେଁ ବାପାଙ୍କ ଦେହାନ୍ତ ଯୋଗୁଁ ସେ ନିଜ ସଫଳତା ମଧ୍ୟ ଜାଣିପାରିନଥିଲେ । ପରବର୍ଷ ପୁଣି ସେ ନେଷ୍ଟ ପରୀକ୍ଷା ଦେଇ ସଫଳତା ପାଇବା ପରେ ନାଇଜରରେ ନାମ ଲେଖାଇଥିଲେ । ଏବେ ଶେଷା ଜର୍ମାନୀର ଗଟିନଜେନ୍ ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ଜଣେ ରିସର୍ଚ୍ଚ ଆସୋସିଏଟ ଭାବେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି ।  କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷାଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସଚ୍ଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ।